ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ‘ସି ଦା ଚେଞ୍ଜ’ ଉପରେ ସଚେତନତା ଅଭିଯାନ

– ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସରେ ଛାତ୍ରଛାତ୍ରୀଙ୍କ ସମେତ ୫୦୦ରୁ ଅଧିକ ଏହି କାର୍ଯ୍ୟକ୍ରମରେ ସାମିଲ
ଗୋପାଳପୁର: ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଗୋପାଳପୁର ୟୁନିଟ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାର କଂଟିଆଗଡ଼ସ୍ଥିତ ଭଟେଶ୍ୱର ସମୁଦ୍ର ବେଳାଭୂମିରେ ସାମୁଦ୍ରିକ ପ୍ରଦୂଷଣ ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲା ଓ ସହଯୋଗୀ ସଂଗଠନର ପ୍ରତିନିଧିଙ୍କ ସମେତ ୫୦୦ରୁ ଅଧିକ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ସାମୁଦ୍ରିକ ପ୍ରଦୂଷଣର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଉପକୂଳବର୍ତୀ ଇକୋସିଷ୍ଟମ ସୁରକ୍ଷାର ଜରୁରୀ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ।
ଜିଲ୍ଲା ପ୍ରଶାସନ ସହ ଭାଗିଦାରୀ କରି ଭାରତୀୟ ତଟରକ୍ଷୀ କେନ୍ଦ୍ର, ଗୋପାଳପୁର, ଭାରତୀୟ ସେନା, ବନ ବିଭାଗ, ନେସନାଲା କ୍ୟାଡେଟ୍ କ୍ରୋପସ୍ (ଏନସିସି) ଏବଂ ଗୋପାଳପୁରର ବିଜ୍ଞାପିତ ଅଂଚଳ ପରିଷଦ, ଟିଏସଏଫ ସ୍ଥାନୀୟ ଅଂଚଳର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ମହତ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଥିଲା । “ସି ଦା ଚେଞ୍ଜ’ ଶୀର୍ଷକ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ସମ୍ପ୍ରଦାୟ ମଧ୍ୟରେ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା ।
ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର କଲେଜର କମାଣ୍ଡାଂଟ, ଲେଫ୍ଟନାଂଟ ଜେନେରାଲ ୟୁଭି ତାଲୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱର ବିଭିନ୍ନ ବେଳାଭୂମିକୁ ପ୍ରଭାବିତ କରୁଥିବା ପ୍ରଦୂଷଣ ଉରେ ଆଲୋକପାତ କରିଥିଲେ । ଏହି ସୁନ୍ଦର ବେଳାଭୂମିର ସଫେଇ ଓ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ରେ ଟିଏସଏଫର ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବେଶ ସଂରକ୍ଷଣର ଜରୁରୀ ଆବଶ୍ୟକତା ଉରେ ଗୁରୁତ୍ୱାରୋପ କରାଯିବା ସହ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱଚ୍ଛ ଏବଂ ସୁସ୍ଥ ପୃଥିବୀ ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା ।
ଭାରତୀୟ ତଟରକ୍ଷୀ ବାହିନୀର କମାଣ୍ଡାଂଟ ପ୍ରତିପ ମୋଦକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଓଡ଼ିଶାର ସିଏସଆର ମୁଖ୍ୟ ଅମ୍ବିକା ନନ୍ଦ, ଗୋପାଳପୁର ବନ୍ଦର, ଟାଟା ଷ୍ଟିଲ ଏସଇଜେଡ ଏବଂ ଟାଟା ଷ୍ଟିଲ ଫେରୋ ଆଲଏଜ ଏବଂ ଖଣିଜ ବିଭାଗର ଅଧିକାରୀଙ୍କ ସମେତ ଜାତୀୟ କ୍ୟାଡେଟ କୋରର ସଦସ୍ୟ ଏବଂ ନିକଟସ୍ଥ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସମୁଦ୍ର କୂଳ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଗୋପାଳପୁରସ୍ଥିତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ର ମୁଖ୍ୟ ରକି ମାର୍ଟିନ୍‌, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସେମାନେ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱଚ୍ଛ ଏବଂ ସୁସ୍ଥ ପୃଥିବୀ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମ ଏକ ବଡ଼ ସଫଳତା ଥିଲା ଏବଂ ଆମର ଉପକୂଳ ଇକୋସିଷ୍ଟମକୁ ସୁରକ୍ଷା ଦେବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ମନେ ପକାଇଦେଇଥିଲା ।

Share

Leave a Reply

Your email address will not be published. Required fields are marked *

5 + thirteen =