ରଥଯାତ୍ରା ଦେଖିବାକୁ ଯିବାବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍ଅ‌ପ୍‌

ଶ୍ରଦ୍ଧା ଶ୍ରୀକ୍ଷେତକୁ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଏକ ଅଘଟଣ ଘଟିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ। ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି। ଆହତମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଶିଶୁ ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାୟଗଡା ଥାନା ଅନ୍ତର୍ଗତ ହାଲୁଆ ଗ୍ରାମ ପଞ୍ଚାୟତର ତଳସଂକେଶ ଗ୍ରାମ ଠାରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ଅନୁସାରେ ଆଜି ରାୟଗଡାରେ ରଥଯାତ୍ରା ଦେଖିବାକୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଂଚଳରୁ ଏକ ମ୍ୟାକ୍ସ ପିକଅପ ଗାଡ଼ିରେ ୧୦ରୁ ଅଧିକ ଲୋକେ ଆସୁଥିବା ବେଳେ ରାଫାକଣା ଛକ ଠାରେ ହାଲୁଆ ପଂଚାୟତର ମଧ୍ୟ ୫ରୁ ଊର୍ଦ୍ଧ୍ବ ଲୋକେ ସେଠାରୁ ରାୟଗଡା ପାଇଁ ଚଢ଼ିଥିଲେ। ତେବେ ରାୟଗଡା ସହରକୁ ପହଞ୍ଚିବାକୁ ମାତ୍ର ଆଉ ୫ କିଲୋମିଟର ଦୂର ବାକି ଥିବା ବେଳେ ତଳ ସାଂକେଶ ଠାରେ ଥିବା ବୁଲାଣୀ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋକୁ ସାଇଡ ଦେବାକୁ ଯାଇ ମ୍ୟାକ୍ସ ପିକ୍‌ଅପ୍‌ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଗାଡ଼ି ଭିତରେ ଓ ଡାଲାରେ ବସିଥିବା ରୋମି ମଣ୍ଡାଙ୍ଗୀ, ଲକ୍ଷ୍ମୀ ନାୟକ, ରାଧା ମଣ୍ଡାଙ୍ଗୀ, ସମିଆ ଶାରକା, ଦୁନାଇଁ ସାରାକା, ଏଷା ସାରକା, ସୌଦାମିନୀ ମାଝୀ, ରାଇତ ମାଝୀ, ଦୟାନିଧି ମାଝୀଙ୍କ ସମେତ ଅନ୍ୟ ମାନେ ରାସ୍ତା ଉପରେ ଛିଟିକି ପଡି ଆହତ ହୋଇଥିଲେ।ଅନେକଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଅଟୋ ଗୁଡିକ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ମାନଙ୍କୁ ଭର୍ତି କରାଇ ଥିଲେ।ସମସ୍ତଙ୍କ ଚିକିତ୍ସା ଚାଲିଥିବା ଡାକ୍ତର କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

fifteen − twelve =