ଆସନ୍ତାକାଲି ରାହୁଲଙ୍କ ଓଡ଼ିଶା ଗସ୍ତ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଭୁବନେଶ୍ୱରରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସେ ଯୋଗ ଦେବେ। ଏଥିପାଇଁ ପ୍ରସ୍ତୁତି ଜୋରଦାର। ତମାଣ୍ଡୋ ସ୍ଥିତ ସମାବେଶ ସ୍ଥଳରେ ଜୋରସୋରରେ କାମ ଚାଲିଛି। ଭୁବନେଶ୍ୱର ସାରା ବୁଲୁଛି ପରିବର୍ତ୍ତନ ସଂକଳ୍ପ ସମାବେଶ ପାଇଁ ରଥ। ରାହୁଲଙ୍କ ଗସ୍ତ ନେଇ ଲୋକଙ୍କୁ ସଚେତନ କରାଯାଉଛି।
ତିନିଟି ରାଜ୍ୟ ବିଧାନସଭା ନିର୍ବାଚନରେ ସଫଳତା ପରେ ଓଡ଼ିଶାକୁ ଫୋକସ କରିଛି କଂଗ୍ରେସ। ଆଗକୁ ସାଧାରଣ ନିର୍ବାଚନ। ତାପୂର୍ବରୁ ସବୁ ମାସରେ ରାହୁଲ ଓଡ଼ିଶା ଆସିବେ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି। ସେହିପରି ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ କଂଗ୍ରେସ। ରାହୁଲ କଣ କହିବେ, ତାଉପରେ ସମସ୍ତଙ୍କ ନଜର ରହିଛି।

Share

Leave a Reply

Your email address will not be published. Required fields are marked *

fourteen − 6 =