କାହିଁକି କ୍ଷମା ମାଗିଲେ କରନ ଜୋହର ଜାଣନ୍ତୁ…

ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ଟିଭି କାର୍ୟ୍ୟକ୍ରମ ‘କଫି ୱିଥ କରନ୍’ରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍ମ୍ୟାନ୍ କେଏଲ୍ ରାହୁଲ ମହିଳାଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ।
ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଉଭୟଙ୍କୁ କ୍ରିକେଟ୍ରୁ ନିଲମ୍ବିତ କରାଯାଇଛି। ଏବେ ଏହି ଦୁଇ ଖେଳାଳିଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଆଜି ପ୍ରଥମଥର ଏହି ଘଟଣାରେ ମୁହଁ ଖୋଲିଛନ୍ତି କାର୍ୟ୍ୟକ୍ରମର ଆୟୋଜନ କରୁଥିବା କରନ୍ ଜୋହର। ସେ ପାଣ୍ଡ୍ୟା ଓ ରାହୁଲଙ୍କ ଏପିସୋଡରେ ଯାହା ଘଟିଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।
କରନ୍ ଜୋହର କହିଛନ୍ତି,“ ଆଜି ଯାଏ ମୋ ଶୋ’ରେ ଯାହା ଘଟିଥିଲା, ସେନେଇ ମୁହଁ ଖୋଲି ନଥିଲି। କିନ୍ତୁ ମୁଁ ଏତିକି କହିବାକୁ ଚାହେଁ ଯେ ମୁଁ ଆଉଟିକିଏ ଦାୟିତ୍ୱବାନ ହେବାର ଥିଲା। କାରଣ ମୋ ଶୋ’ରେ ଯାହା ଘଟିଲା, ସେଥିପାଇଁ ମୁଁ ଦାୟୀ। ଏଥିପାଇଁ ମୁଁ ଦୁଃଖିତ। ମୁଁ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କୁ ଅତିଥି ଭାବେ କାର୍ୟ୍ୟକ୍ରମକୁ ନିମନ୍ତ୍ରଣ କରିଥିଲି।
ଏହି ଘଟଣା ପରେ ମୁଁ ଅନେକ ରାତି ଅନିଦ୍ରା ହେବା ସହ ଦୋଷୀ ବୋଲି ଅନୁଭବ କରିଥିଲି। ମୁଁ ପାଣ୍ଡ୍ୟା ଓ ରାହୁଲଙ୍କୁ ଯେଉଁ ପ୍ରଶ୍ନ କରିଥିଲି, ସେଭଳି ପ୍ରଶ୍ନ ମୁଁ ସମସ୍ତଙ୍କୁ କରେ। ଏପରି କି ମହିଳା ଅତିଥିମାନଙ୍କୁ ମଧ୍ୟ ପଚାରିଥାଏ।

Share

Leave a Reply

Your email address will not be published. Required fields are marked *

seventeen − seven =