ଶ୍ରେୟା ଘୋଷାଲଙ୍କ ଜାଦୁକରୀ ସଙ୍ଗୀତ କଲା ମନ୍ତ୍ରମୁଗ୍ଧ

ଭୁବନେଶ୍ୱର : ଭୁବନେଶ୍ୱର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟର ୮ମ ସନ୍ଧ୍ୟାରେ ପୁଣିଥରେ ରଚନା ହୋଇଛି ନୂଆ ଇତିହାସ । ଖ୍ୟାତି ସମ୍ପନ୍ନ ଗାୟିକା ଶ୍ରେୟା ଘୋଷାଲଙ୍କ ଜାଦୁକରୀ ସଙ୍ଗୀତର କାଉଁରୀ ସ୍ପର୍ଶରେ ମନ୍ତ୍ରମୁଗ୍ଧ ହୋଇଥିଲେ ଉପସ୍ଥିତ ଦର୍ଶକ । ତାଙ୍କ ସୁଲଲିତ କଣ୍ଠସ୍ୱରର ଚମକ୍ରାରୀ ପ୍ରଦର୍ଶନ ଦର୍ଶକଙ୍କୁ କରିଛି ମତୁଆଲା । ଏହି ଅବସରରେ ଓଡ଼ିଶାର ସୋନମ୍ ଦାଶଙ୍କ ସୃଜନଶୀଳ ପ୍ରଦର୍ଶନ ଦର୍ଶକଙ୍କୁ ସଙ୍ଗୀତର ରଙ୍ଗୀନ ଦୁନିଆରେ ହଜାଇ ଦେଇଥିଲା ।

ଶ୍ରେୟା ତାଙ୍କ ପ୍ରସିଦ୍ଧ ଲୋକପ୍ରିୟ ଗୀତ ମଧ୍ୟରେ ଜାଦୁହୈ ନଶାହୈ,ଦିୱାନୀ, ବାହାରା ବାହାରା, ରବ୍ତା, ପିଙ୍ଗା,ସମଝାୱଁ,ନାଗାଦା ଆଦି ସୁଲଳିତ କଣ୍ଠରେ ଗାନ କରି ୮ମ ଦିନର ସନ୍ଧ୍ୟାକୁ ସ୍ମୃତିବହୁଳ କରି ଗଢ଼ିତୋଳିଥିଲେ । ଶ୍ରେୟାଙ୍କ ମୁଖ ନିସୃତ ପ୍ରତିଟି ଶବ୍ଦରେ ସ୍ଥାନୀୟ ଅଂଚଳରେ ଭଳି ଉଠିଥିଲା ସଙ୍ଗୀତର ଅପୂର୍ବ ଜାଦୁକରୀ ମହକ । ଚାରିଆଡ଼େ ଆନନ୍ଦ ତଥା ଉତ୍ସାହର ପ୍ରତିଧ୍ୱନୀ ଗୁଞ୍ଜରୀ ଉଠିଥିଲା । ଶ୍ରେୟା ନିଜର ସୃଜନଶୀଳ ପ୍ରତିଭାର ଶ୍ରେଷ୍ଠତମ ପ୍ରଦର୍ଶନ କରି ବାସ୍ତବ ଭାବେ ଏହି ସଙ୍ଗୀତ କାର୍ଯ୍ୟକ୍ରମକୁ ସ୍ମୃତି ବହୁଳ କରିବାର ପ୍ରୟାସ କରି ସଫଳ ହୋଇଥିଲେ । ଦର୍ଶକ ଶ୍ରେୟାଙ୍କ ସହିତ ସମସ୍ୱରରେ ଗୀତ ଗାନ କରି ହୋଇଉଠିଥିଲେ ମତୁଆଲା । ଦର୍ଶକ ସେମାନଙ୍କର ମନପସନ୍ଦର ଗାୟିକାଙ୍କୁ ପାଖରେ ପାଇ ସେମାନଙ୍କର ବହୁଦିନର ସ୍ୱପ୍ନ ସତ୍ୟରେ ପରିଣତ ହୋଇଥିବା ମଣିଥିଲେ ।

ଭୁଫେଷ୍ଟୋର ତୃତୀୟ ଦିନରେ ଅନନ୍ୟ ଷ୍ଟୋରୀ ଟେଲିଂ ଅଧିବେସନରେ ପ୍ରବଳ ଜନସମାଗମ ହୋଇଥିଲା । ୮ମଦିନର ଏହି କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ଦର୍ଶନ ବାଧିତ ଦିବ୍ୟାଙ୍ଗଙ୍କ ପାଇଁ ଥିଲା ଉଦ୍ଦିଷ୍ଟ । ଶବ୍ଦ, ସଙ୍ଗୀତ, ଧ୍ୱନୀ ଅନୁକରଣ ଏବଂ ଧ୍ୱନୀ ସୃଷ୍ଟି ଆଦି ମାଧ୍ୟମରେ ସେମାନଙ୍କର ମନୋରଞ୍ଜନ କରାଯାଇଥିଲା । ସେହିପରି ଆୟୋଜିତ ଅନ୍ତର୍ଜାତୀୟ ଷ୍ଟିଟ୍ ଫୁଡ୍ ଫେଷ୍ଟିଭାଲର ଲୋନୀୟ ସ୍ୱାଦଯୁକ୍ତ ଖାଦ୍ୟର ସମ୍ଭାର ଜନତାଙ୍କୁ କରିଥିଲା ବିଶେଷ ଆକର୍ଷିତ । ୧୬ରୁ ଅଧିକ ଦେଶ, ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ପାରମ୍ପରିକ ଖାଦ୍ୟର ଆନନ୍ଦ ନେବା ପାଇଁ ଏଠାରେ ଲୋକଙ୍କ ଗହଳି ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଡଟ୍ ଫେଷ୍ଟର ଆସନ୍ତା କାଲି ନବମ ଦିନରେ ଲୋକପ୍ରିୟ କଳାକାର ଶାନ୍ ଦର୍ଶକଙ୍କ ହଦୃୟ ଜୟ କରିବାକୁ ଆସୁଛନ୍ତି । ସେ ଭୁବନେଶ୍ୱରରେ ତାଙ୍କର କେତେକ ବଲିଉଡ୍ ହିଟ ସଙ୍ଗୀତ ଗାନକରି ଦର୍ଶକଙ୍କୁ ମତୁଆଲା କରିବାର ଆଶା ରହିଛି । ଏହା ନିଶ୍ଚିତ ଦର୍ଶକଙ୍କ ପାଇଁ ଏଲକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

2 × one =