ଗୋ’ଖାଦ୍ୟର ପ୍ରଚାର ପାଇଁ ଗୋଦରେଜ୍ ଆଗ୍ରୋଭେଟ୍ ପକ୍ଷରୁ ଜିମି ସେରଗିଲ୍‌ଙ୍କ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ପଶୁ ଖାଦ୍ୟ ଶିଳ୍ପର ଅଗ୍ରଣୀ ସଂସ୍ଥା ଗୋଦରେଜ୍ ଆଗ୍ରୋଭେଟ୍ ଲିମିଟେଡ୍ (ଜିଏଭିଏଲ୍‌) ପକ୍ଷରୁ ଏକ ନୂଆ ଅଭିଯାନର ଶୁଭାରମ୍ଭ କରାଯାଇଛି । ବଲିଉଡ୍ ତାରକା ଜିମି ସେରଗିଲ୍‌ଙ୍କୁ ନେଇ ପ୍ରସ୍ତୁତ ଏହି ଅଭିଯାନର ଲକ୍ଷ୍ୟ ହେଉଛି ଗୋଦରେଜ ଭଳି ଏକ ବିଶ୍ୱାସନୀୟ ବ୍ରାଣ୍ଡ୍‌ଣ ଗୁଣାତ୍ମକ ଗୋଖାଦ୍ୟକୁ ନେଇ ସଚେତନତା ସୃଷ୍ଟି କରିବା । ଭାରତରେ ପଶୁ ଖାଦ୍ୟ ଉତ୍ପାଦନ ପାଇଁ ପ୍ରଥମ ବିଆଇଏସ୍ ସାର୍ଟିଫିକେଟ୍ ପାଇଥିବା କଂପାନି ଭାବେ ଏହା ଚାଷୀ ପରିବାରର ସମୃଦ୍ଧି ପାଇ ପଶୁ ସମ୍ପଦ ଲାଗି ବିଭିନ୍ନ ପ୍ରକାର ଉତ୍ପାଦ ଉପସ୍ଥାପନ କରୁଛି ।
ଦୁଗ୍ଧର ମୂଲ୍ୟ, ଦାନା ଉପରେ ହେଉଥିବା ଖର୍ଚ୍ଚ ଏବଂ ପଶୁ ସମ୍ପଦର ସ୍ୱାସ୍ଥ୍ୟ ବଜାୟ ରଖିବା ଉପରେ ହେଉଥିବା ଖର୍ଚ ଉପରେ ଦୁଗ୍ଧ ଚାଷୀଙ୍କ ଲାଭ ନିର୍ଭର କରୁଛି । ଦୁଗ୍ଧ ଉତ୍ପାଦନର ମୋଟ ମୂଲ୍ୟର ୭୦ ପ୍ରତିଶତ ହେଉଛି ଦାନା, ପଶୁ ସମ୍ପଦ ଯାହାର ଯତ୍ନ ନିଆଯିବା ଦ୍ୱାରା ଗୁଣାତ୍ମକ ମାନର ଦୁଗ୍ଧ ମିଳିବା ସହ ଏହା ଗୋସମ୍ପଦର ପ୍ରଜନନ କ୍ଷମତା ବଢ଼ାଇ ଚାଷୀଙ୍କ ଉନ୍ନତି କରୁଛି ।
ଜିଏଭିଏଲ୍‌ର ପଶୁ ଖାଦ୍ୟ ବ୍ୟବସାୟର ସିଇଓ ସନ୍ଦୀପ ସିଂହ କହିଛନ୍ତି ଯେ,“ପାରମ୍ପରିକ ଭାବେ ଭାରତୀୟ ଚାଷୀମାନେ ଗୋ’-ସମ୍ପଦର ସ୍ୱାସ୍ଥ୍ୟ ଉପରେ କମ୍ ପ୍ରାଥମିକତା ଦେଇ ଦୁଗ୍ଧ ଉତ୍ପାଦନ ବଢ଼ାଇବା ଉପରେ ଅଧିକ ଧ୍ୟାନ ଦେଉଥିଲେ । ସେହି ଭାବନାକୁ ଦୃଷ୍ଟିରେ ରଖି ଆମ ଅଭିଯାନରେ ପଶୁ ସମ୍ପଦର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ଦୀର୍ଘକାଳୀନ ଗୁରୁତ୍ୱ ଉପରେ ଆଲୋକପାତ କରି ଦୃଷ୍ଟିକୋଣ ବଦଳାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପଶୁ ସମ୍ପଦର କଲ୍ୟାଣ ଓ ପ୍ରଜନନ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରି ଦୁଗ୍ଧ ଉତ୍ପାଦନ ବଢ଼ାଇବ ଏବଂ ଏକ ଦୀର୍ଘସ୍ଥାୟୀ ଦୁଗ୍ଧ ଚାଷୀ ପାଇଁ ଚାଷୀଙ୍କୁ ସକ୍ଷମ କରିବ ।”
ଟିଭି ଓ ସୋସିଆଲ ଚ୍ୟାନେଲ୍‌ରେ ଏହି ଅଭିଯାନ ଚାଲିବ ଯାହା ପଶୁ ସମ୍ପଦର ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ରହିଥିବା ଦୃଷ୍ଟିକୋଣକୁ ବଦଳାଇବା ଉପରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବ ।
ଜିଏଭିଏଲ୍‌ର ଅତ୍ୟାଧୁନିକ ଆର୍‌ଆଣ୍ଡ୍‌ଡି ୟୁନିଟ୍ ପଶୁ ସ୍ୱାସ୍ଥ୍ୟ, ଉତ୍ପାଦକତା ଏବଂ ଦୁଗ୍ଧ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରୁଛି । ଭାରତୀୟ ଚାଷୀମାନଙ୍କ ପାଇଁ ସବୁ କିଛି ଗୁଣାତ୍ମକ ଓ ସମୃଦ୍ଧ ସୁନିଶ୍ଚିତ କରିବା ଲାଗି ଜିଏଭିଏଲ୍‌ର ଗୋଖାଦ୍ୟ ଉତ୍ପାଦକୁ ଭାରତୀୟ ଖାଦ୍ୟ ଅଭ୍ୟାସକୁ ଭଲ ଭାବେ ବୁଝି ପ୍ରସ୍ତୁତ କରାଯାଉଛି ଯେଉଁଥିରେ ବିବିଧ ପ୍ରକାରରର ଗୋସମ୍ପଦ ଓ ଗାଈ ଓ ମଇଁଷିର ଦୁଗ୍ଧ ଉତ୍ପାଦନ ସ୍ତର ବିଚାରକୁ ନିଆଯାଇଛି । କଂପାନିର ଉତ୍ପାଦଗୁଡ଼ିକରେ ଆବଶ୍ୟକ ପ୍ରୋଟିନ, ଶକ୍ତି, ମିନେରାଲ୍ ଓ ଭିଟାମିନ୍ ରହିଛି ଯାହା ପଶୁ ସମ୍ପଦର ଜୀବନଚକ୍ରରେ ଦରକାର ହେଉଥିବା ପୋଷଣକୁ ପୂରଣ କରୁଛି । ଏହା ବଦଳରେ ସେମାନଙ୍କ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ପ୍ରଜନନ କ୍ଷମତା ଓ ଦୁଗ୍ଧ ଉତ୍ପାଦନ ବଢ଼ୁଛି ।

Share

Leave a Reply

Your email address will not be published. Required fields are marked *

5 − 4 =