ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ “ଆଇ-ଫାଇନାନ୍ସ’ର ଶୁଭାରମ୍ଭ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଇ-ଫାଇନାନ୍ସର ଶୁଭାରମ୍ଭ କରାଯାଇଛି, ଯାହା ଜରିଆରେ ଗ୍ରାହକମାନେ ଗୋଟିଏ ସ୍ଥାନରେ ନିଜର ସଂଚୟ ଖାତା ଓ ଚଳନ୍ତୀ ଖାତାକୁ ଏକସଙ୍ଗେ ଦେଖିବାର ସୁଯୋଗ ପାଇବେ । ଏହି ଲାଭକୁ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ହାସଲ କରିପାରିବେ । ବ୍ୟାଙ୍କର ଡିଜିଟାଲ୍ ପ୍ଲାଟଫର୍ମ ଆଇ-ମୋବାଇଲ୍ ପେ’ ଆପ୍‌, ରିଟେଲ ଇଟଂରନେଟ୍ ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍ ଇଟଂରନେଟ୍ ବ୍ୟାଙ୍କିଙ୍ଗ ଓ ଇନଷ୍ଟାବିଜ୍ ଭଳି ଆକାଉଂଟ୍ ଏଗ୍ରିଗେଟର ବ୍ୟବସ୍ଥା ଜରିଆରେ ସେମାନେ ଏହାର ଲାଭ ପାଇପାରିବେ ।

ସମସ୍ତ ଆକାଉଂଟ୍‌ର ଏକକ ଡ୍ୟାସ୍‌ବୋର୍ଡ ଭାବେ ଆଇଫାଇନାନ୍ସ କାର୍ଯ୍ୟ କରିବ । ଗ୍ରାହକମାନେ ଖାତା ବାଲାନ୍ସ ଯାଂଚ କରିପାରିବେ, ବ୍ୟୟ ଢାଂଚା ଉପରେ ମୂଲ୍ୟବାନ ସୂଚନା ହାସଲ କରିପାରିବେ ଏବଂ ଖାତା ଷ୍ଟେଟମେଂଟ୍ ଡାଉନ୍‌ଲୋଡ୍ କରିବା ଭଳି ବହୁ ସୁବିଧା ପାଇପାରିବେ । ଏହି ଡ୍ୟାସ୍‌ବୋର୍ଡ ଗ୍ରାହକଙ୍କୁ ଉଲ୍ଲେଖନୀୟ ସୁବିଧା ପ୍ରଦାନ କରିବ ଏବଂ ବ୍ୟୟ ଉପରେ ଉତମ ନିୟନ୍ତ୍ରଣ ପ୍ରଦାନ କରିବା ସହ ସେମାନେ ନିଜ ଫାଇନାନ୍ସକୁ ନିରବଚ୍ଛିନ୍ନ ଢଙ୍ଗରେ ପରିଚାଳନା କରିପାରିବେ ।

ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ମୁଖ୍ୟ ଶ୍ରୀ ସିଦ୍ଧାର୍ଥ ମିଶ୍ରା କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ ଓ ଅଭିନବ ଡିଜିଟାଲ୍ ସମାଧାନ ପ୍ରଦାନ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କରେ ଆମେ ପ୍ରତିବଦ୍ଧ ରହିଛୁ । ଆଇ-ଫାଇନାନ୍ସର ଶୁଭାରମ୍ଭ ସହିତ ଖାତା ତଥ୍ୟକୁ ଗୋଟିଏ ସ୍ଥାନରେ ଦେଖିବା ଏବଂ ସେମାନଙ୍କ ଫାଇନାନ୍ସ ଉପରେ ଉତମ ନିୟନ୍ତ୍ରଣ ପ୍ରଦାନ କରିବା ଲାଗି ଆମ ଗ୍ରାହକଙ୍କ ସମେତ ଅନ୍ୟ ଗ୍ରାହକମାନଙ୍କୁ ତାହା ସକ୍ଷମ କରିବ । ଆକାଉଂଟ୍ ଏଗ୍ରିଗେଟର ବ୍ୟବସ୍ଥାକୁ ବ୍ୟବହାର କରି ଗ୍ରାହକମାନଙ୍କୁ ମୁକ୍ତ ବ୍ୟାଙ୍କିଙ୍ଗର ସୁବିଧା ପ୍ରଦାନ କରିବା ନିମନ୍ତେ ବ୍ୟାଙ୍କ ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ ରହିଥିବା ସ୍ୱତନ୍ତ୍ର ସୁବିଧା ଜରିଆରେ ବ୍ୟବହାରକାରୀମାନେ ଏକ ସୁରକ୍ଷିତ ଓ ନିରାପଦ ଭାବେ ନିଜ ବ୍ୟୟ ଢାଂଚାର ଅନୁଶୀଳନ କରି ତାହାର ପରିଚାଳନା କରିପାରିବେ । ଆମର ମୋବାଇଲ୍ ବ୍ୟାଙ୍କିଙ୍ଗ ଓ ଇଟଂରନେଟ୍ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମରେ ଆଇ-ଫାଇନାନ୍ସ ସୁବିଧା ଉପଲବ୍ଧ ରହିଛି । ଯାହା ଜରିଆରେ ଗ୍ରାହକମାନେ ସୁବିଧାରେ ଖାତା ବିବରଣୀ ପାଇପାରିବେ । ଆମର ବିଶ୍ୱାସ ରହିଛି ଯେ ଏହି ନୂଆ ବ୍ୟବସ୍ଥା ଜରିଆରେ ବ୍ୟବହାରକାରୀମାନେ ସୁବିଧାରେ ସେମାନଙ୍କ ଫାଇନାନ୍ସ ଉପରେ ନଜର ରଖିବା ସହ ତାହାର ପରିଚାଳନା କରିପାରିବେ ।”

ଆଇ-ଫାଇନାନ୍ସର ସୁବିଧାଗୁଡ଼ିକ ମଧ୍ୟରେ ରହିଛି ଏଥିରେ ସବୁ ବ୍ୟାଙ୍କ ଖାତାକୁ ଲିଙ୍କ୍ କରିବା ଆୟ ଓ ବ୍ୟୟର ବିବରଣୀ ହାସଲ କରାଯାଇପାରିବ ସହ ସେଗୁଡ଼ିକୁ ଦେଖିହେବ । ଗ୍ରାହକମାନେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିପାରିବେ ଏବଂ ସମ୍ପୂର୍ଣ୍ଣ ଷ୍ଟେଟ୍‌ମେଂଟ୍ ମଧ୍ୟ ପାଇପାରିବେ । ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ଆଇ-ଫାଇନାନ୍ସ ସୁବିଧା ହାସଲ କରିହେବ ।

Share

Leave a Reply

Your email address will not be published. Required fields are marked *

4 − 3 =