ଏତେ ଟଙ୍କାର ମାଲିକ ହେଉଛନ୍ତି ପ୍ରତାପ ସାମଲ

ଭୁବନେଶ୍ୱର: ଓଡିଶା ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଘରେ ଭିିଜିଲାନ୍ସ ଚଢାଉ ହୋଇଥିଲା । ୧୧ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୨ ଘଣ୍ଟାର ଚଢାଉ ଆଜି ଭୋର୍ ୩ଟାରେ ଶେଷ ହୋଇଥିଲା । ପ୍ରତାପଙ୍କ ଆୟ ବହିର୍ଭୂତ ସଂପତ୍ତିର ହିସାବ କରାଯାଇଛି । ପ୍ରତାପଙ୍କ ନାଁରେ ୨୫ଟି ପ୍ଲଟ୍ ଥିବା ଠାବ କରିଛି ଭିଜିଲାନ୍ସ, ଯାହାର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର । ଗୋଠପାଟଣାରେ ଥିବା କୋଠାର ଜାମ ୩ କୋଟି ୮୯ ଲକ୍ଷ । ନିଜର ଓ ପରିବାର ନାଁରେ ବ୍ୟାଙ୍କରେ ଜମା ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା । ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କାର ବୀମା ପୈଠ ହୋଇଥିବା ଭିଜିଲାନ୍ସ କହିଛି । ଏତେ ସଂପତ୍ତି କେଉଁଠୁ ଆସିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରିନାହାନ୍ତି ପ୍ରତାପ । ଆଜି ତାଙ୍କୁ ଗିରଫ କରାଯାଇପାରେ ।

Share

Leave a Reply

Your email address will not be published. Required fields are marked *

three × 1 =