ଫିନ୍‌କେୟାର ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ବ୍ୟାଙ୍କ୍ ପହଂଚିନଥିବା ଗ୍ରାମାଚଂଳ ଓ ଅର୍ଧ ସହରାଚଂଳ ଉପରେ ଗୁରୁତ୍ୱାରୋପ କରୁଥିବା ଡିଜିଟାଲ୍‌-ପ୍ରଥମ ବ୍ୟାଙ୍କ୍ ଫିନ୍‌କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଏଚ୍‌ଆର୍‌ପି) ଦାଖଲ କରାଯାିଛି ।
ଇକ୍ୱିଟି ସେୟାର ଜାରି କରି ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ବ୍ୟାଙ୍କ୍ ୬୨୫ କୋଟି ଟଙ୍କା ପର୍ଯ୍ୟନ୍ତ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଫର୍ ଫର୍ ସେଲ୍‌ରେ ପ୍ରତିଷ୍ଠାତା ଓ ନିବେଶକମାନଙ୍କ ୧୭,୦୦୦,୦୦୦ ଇକ୍ୱିଟି ସେୟାର ଉପଲବ୍ଧ କରିବ ।
ଏଥିରୁ ଯେଉଁ ପାଣ୍ଠି ମିଳିବ ତାହାକୁ ବ୍ୟାଙ୍କ୍‌ର ଭବିଷ୍ୟତ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାଙ୍କର ଟାୟାର-୧ ପୁଞ୍ଜିରେ ଉନ୍ନତି ଆଣିବା ଦିଗରେ ବ୍ୟବହାର କରାଯିବ ।
ଏହି ଅଫରରେ ଯେଉଁ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ ସେଥିରେ ଫିନ୍‌କେୟାର ବିଜନେସ୍ ସର୍ଭିସେସ୍ ଲିମିଟେଡ୍‌ର ୧୪,୯୩୪,୭୭୯ ଇକ୍ୱିଟି ସେୟାର, ୱାଗନର୍ ଲିମିଟେଡ୍‌ର ୪୭୧,୭୫୪ ଇକ୍ୱିଟି ସେୟାର, ଟ୍ରୁ ନର୍ଥ ଫଣ୍ଡ୍ ଭି ଏଲ୍‌ଏଲ୍‌ପିର ୪୪୪,୧୪୦ ଇକ୍ୱିଟି ସେୟାର, ଇଣ୍ଡିଅମ (ଆଇଭି) ମରିସସ୍ ହୋଲ୍‌ଡିଂ ଲିମିଟେଡ୍‌ର ୪୩୦,୮୪୨ ଇକ୍ୱିଟି ସେୟାର, ଓମେଗା ଟିସି ହୋଲ୍‌ଡିଂସ୍ ପିଟିଇର ୨୨୩,୯୫୫ ଇକ୍ୱିଟି ସେୟାର, ଲିପ୍‌ଫ୍ରଗ୍ ରୁରାଲ୍ ଇନ୍‌କ୍ଲୁଜନ୍ (ଇଣ୍ଡିଆ) ଲିମିଟେଡ୍‌ର ୧୩୦,୭୮୭ ଇକ୍ୱିଟି ସେୟାର, କୋଟାକ୍ ମହିନ୍ଦ୍ରା ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ର ୧୨୬,୧୫୧ ଇକ୍ୱିଟି ସେୟାର, ଏଡେଲ୍‌ୱିସ୍ ଟୋକିଓ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ର ୧୧୬,୯୮୧ ଇକ୍ୱିଟି ସେୟାର, ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ର ୪୫,୭୧୦ ଇକ୍ୱିଟି ସେୟାର, ସିଲଭର ଲିଫ୍ ଓକ୍ (ମରିସସ୍‌) ଲିମିଟେଡ୍‌ର ୩୫,୦୯୨ ଇକ୍ୱିଟି ସେୟାର, ଟାଟା କ୍ୟାପିଟାଲ୍ ଫାଇନାନ୍‌ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ୨୦,୫୭୨ ଇକ୍ୱିଟି ସେୟାର, ଜୁନୋ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ଲିମିଟେଡ୍‌ର ୧୯,୨୩୭ ଇକ୍ୱିଟିି ସେୟାର ରହିଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ଏବଂ ଆମ୍ବିଟ୍ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

2 × two =