ଜ୍ୟୋତି ସିଏନ୍‌ସି ଅଟୋମେସନ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ସିଏନ୍‌ସି ମେସିନର ଅଗ୍ରଣୀ ନିର୍ମାତା ଜ୍ୟୋତି ସିଏନ୍‌ସି ଅଟୋମେସନ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ବଜାର ଅଂଶ ଦୃ୍‌ଷ୍ଟିରୁ କଂପାନି ହେଉଛି ଭାରତର ଦ୍ୱିତୀୟ ଓ ବିଶ୍ୱର ଦ୍ୱାଦଶ ବୃହତ କଂପାନି ।
ଇନିସିଆଲ ପବ୍ଲିକ୍ ଅଫରରେ କଂପାନି ୧୦୦୦ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛି । କଂପାନି ଯେଉଁ ପାଣ୍ଠି ହାସଲ କରିବ ତାହାକୁ କଂପାନିର ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, କଂପାନିର ଦିର୍ଘମିଆଦୀ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍ । କଂପାନିର ସେୟାରକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ ।
୨୦୨୨ ଆର୍ଥିକ ବର୍ଷରେ ଜ୍ୟୋତି ସିଏନ୍‌ସି ଅଟୋମେସନ ଭାରତର ଦ୍ୱିତୀୟ ସର୍ବବୃହତ ସିଏନ୍‌ସି ମେସିନ୍ ନିର୍ମାତା ଥିଲା ଓ ଏହା ପାଖରେ ୮ ପ୍ରତିଶତ ବଜାର ଅଂଶ ରହିଛି । କଂପାନି ଭାରତରେ ୫-ଅଖ ବିଶିଷ୍ଟ ସିଏନ୍‌ସି ମେସିନ୍ ତିଆରି କରିବା ସହ ଯୋଗାଉଛି । ଏହା ସିଏନ୍‌ସି ଟର୍ନିଂ ସେଂଟର, ସିଏନ୍‌ସି ଟର୍ଣ୍ଣ ମିଲ୍ ସେଂଟର, ସିଏନ୍‌ସି ଭର୍ଟିକାଲ ମେସିନିଂ ସେଂଟର, ସିଏନ୍‌ସି ହରାଇଜଂଟାଲ୍ ମେସିନିଂ ସେଂଟର ଆଦି ପ୍ରଦାନ କରୁଛି । ନିଜ ଦୁଇ ଦଶନ୍ଧିର ଆର୍‌ଆଣ୍ଡ୍‌ଡି ଅଭିଜ୍ଞତାକୁ ବ୍ୟବହାର ରି କଂପାନି ଏରୋସ୍ପେସ୍‌ଠାରୁ ଆରମ୍ଭ କରି ପ୍ରତିରକ୍ଷା, ଅଟୋମୋବାଇଲ୍ ଓ ଅଟୋ ଉପକରଣ, ସାଧାରଣ ଇଞ୍ଜିନିୟରିିଂ, ଇଏମ୍‌ଏସ୍‌, ଡାଏ ଓ ମଡ୍ୟୁଲ୍ କ୍ଷେତ୍ରକୁ ସମାଧାନ ପ୍ରଦାନ କରୁଛି ।
କଂପାନିର ପ୍ରମୁଖ ଗ୍ରାହକମାନଙ୍କ ମଧ୍ୟରେ ରହିଛନ୍ତି ଇସ୍ରୋର ମହାକାଣ ପ୍ରୟୋଗ କେନ୍ଦ୍ର, ବ୍ରାହ୍ମୋସ ଏରୋସ୍ପେସ ଥିରୁବନନ୍ତପୂରଣ ଲମିଟେଡ୍‌, ଏମ୍‌ବିଡିଏ ଟର୍କିସ୍ ଏରୋସ୍ପେସ୍‌, ୟୁନିପାର୍ଟସ୍ ଇଣ୍ଡିଆ ଲିମିଟେଡ, ଏଭିଟିଇସି ଲିମିଟେଡ୍‌, ଟାଟା ଆଡଭାନ୍‌ସେସ୍ ସିଷ୍ଟମ୍‌ସ ଲିମିଟେଡ୍‌, ଟାଟା ସିକୋରସ୍କାଏ ରୋସ୍ପେସ୍ ଲିମିଟେଡ୍‌, ଭାରତ ଫୋର୍ଜ ଲିମିଟେଡ୍‌, ସିଆର୍‌ଆଇ ପମ୍ପ୍ ପ୍ରାଇଭେଟ୍ ଲିମିଟେଡ୍‌, କଲ୍ୟାଣି ଟେକ୍ନୋଫୋର୍ଜ ଲିମିଟେଡ୍‌, ଶକ୍ତି ପମ୍ପ୍‌ସ (ଇଣ୍ଡିଆ) ଲିମିଟେଡ୍‌, ଶ୍ରୀରାମ ଏରୋସ୍ପେସ୍ ଆଣ୍ଡ୍ ଡିଫେନ୍ସ ଏଲ୍‌ଏଲ୍‌ପି, ରୋଲେକ୍ସ ରିଙ୍ଗ୍‌ସ ଲିମିଟେଡ୍‌, ଅର୍ବିଟ୍ ବିୟରିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଓମ୍‌ନିଟେକ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍‌, ହର୍ଷ ଇଞ୍ଜିନିୟରିଂ ଇଟଂରନ୍ୟାସନାଲ୍ ଳିମିଟଡ୍‌, ବୋଶ ଲିମିଟେଡ୍ ଇତ୍ୟାଦି । କଂପାନି ଗତ ୩ ଆର୍ଥିକ ବର୍ଷରେ ୪୪ ସିରିଜ୍‌ରେ ୨୦୦ରୁ ଅଧିକ ଭାରିଆଂଟ ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

nineteen − eight =