ବିଜେପି ବନାମ ବିଜେଡି ଭାୟା ଟିକା

ଭୁବନେଶ୍ୱର: କରୋନା ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ଟିକାକଳି । ବିଜେଡି ସାଂସଦ ଅମର ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଥିଲେ କି କୋଭାକ୍ସିନକୁ ଡବ୍ଲୁଏଚଓ ଅନୁମୋଦନ ନଦେବା କାରଣରୁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାରେ ବାଧା ଉପୁଜୁଛି । ତେବେ ଏଦିଗରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଧ୍ୟାନ ଦେଉବୋଲି ସେ ପରାମର୍ଶ ଦେଇଥିଲେ ।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର । ସାଂସଦଙ୍କ ମନ୍ତବ୍ୟ ମିଥ୍ୟା ଓ ବିଭ୍ରାନ୍ତିକର ଯାହାକି ଜନ ବିରୋଧୀ ଏବଂ ଏହା ଦୁର୍ଭାଗ୍ୟଜନକ ମନ୍ତବ୍ୟ । କେବଳ ଲୋକଙ୍କୁ ଭୟଭୀତ କରାଇବା ଲାଗି ସାଂସଦ ଏଭଳି ମନ୍ତବ୍ୟ ଦେଇଛନ୍ତି । ଡବ୍ଲୁଏଚଓ ଟିକାନେଇ ବିଦେଶ ଯାତ୍ରା ଉପରେ କୌଣସି ସର୍ତ୍ତ ରଖିନଥିବା କହିଛନ୍ତି ଲେଖାଶ୍ରୀ । ସେପଟେ ବିଜେପି ବିଜେଡିର ଟିକାକଳିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

3 × 4 =