ନବୀନଙ୍କ ବିକାଶ ମନ୍ତ୍ରକୁ ସାର୍ଥକ କରିଛନ୍ତି ପ୍ରଣବ

ଯାଜପୁର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ମନ୍ତ୍ରକୁ ହୃଦୟରେ ଧରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଆଗେଇ ଚାଲିଛନ୍ତି । ଗାଁର ବିକାଶ ହିଁ ପ୍ରକୃତ ବିକାଶ । ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇ ଆରମ୍ଭ କରିଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସିଧାସଳଖ ଗ୍ରାମବାସୀ ଓ ପଂଚାୟତ ପ୍ରତିନିଧିଙ୍କ ସହ କଥା ହୋଇ ସେମାନଙ୍କ ଅନୁମୋଦିତ ପ୍ରକଳ୍ପକୁ ମଂଜୁରୀ ଦେଉଥିଲେ । ଏହିକ୍ରମରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ସାରା ରାଜ୍ୟରେ ରେକର୍ଡ କରିଛି । 200 ଦିନରେ 243ଟି ପ୍ରକଳ୍ପ ଶେଷ ହୋଇଛି । ବିଧାୟକଙ୍କ ନେତୃତ୍ବ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ଏହା ସମ୍ଭବ ହୋଇଛି ।

ପୂର୍ବରୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 119ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ଆସନ୍ତାକାଲି ଯାଜପୁର ଗସ୍ତ ଅବସରରେ ଆଉ 124ଟି ପ୍ରକଳ୍ପର ଉଦଘାଟନ କରିବେ । ଆସନ୍ତାକାଲି ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ 313ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହିସବୁ ପ୍ରକଳ୍ପ ପାଇଁ ମୋଟ 195 କୋଟି 42 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେ ମଧ୍ୟରୁ 108 କୋଟି 69 ଲକ୍ଷ ଟଙ୍କାର ପ୍ରକଳ୍ପ କାମ ଶେଷ ହୋଇଛି ।

ମୁଖ୍ୟମନ୍ତ୍ରୀ ଧର୍ମଶାଳାରେ 108 କୋଟି 69 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ 229ଟି ପ୍ରକଳ୍ପର ଉଦଘାଟନ କରିବେ । ସେ ମଧ୍ୟରେ 2ଟି ଗୃହ ଓ ରାସ୍ତା ନିର୍ମାଣ ପ୍ରକଳ୍ପ, 8ଟି ଜଳସଂପଦ ସଂପର୍କିତ, ଗୋଟିଏ ଡ୍ରେନେଜ ସଂପର୍କିତ, 3ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, 6ଟି ଗ୍ରାମ୍ୟ ଉନ୍ନୟନ, 2ଟି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଓ 207ଟି ପଂଚାୟତିରାଜ ବିଭାଗ ସଂପର୍କିତ ପ୍ରକଳ୍ପ ରହିଛି । ସେହିଭଳି 35ଟି ଉଠା ଜଳସେଚନ, 30ଟି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, 9ଟି ଗ୍ରାମ୍ୟ ଉନ୍ନୟନ, 6ଟି ଜଳ ସଂପଦ ବିଭାଗର ଏମିତି ମୋଟ 86 କୋଟି 72 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 84ଟି ପ୍ରକଳ୍ପର ଭିତ୍ତିପ୍ରସ୍ତ ଦେବେ ମୁଖ୍ୟମନ୍ତ୍ରୀ ।

45 କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସ୍ତିରା କଲଣ ସେତୁ ଏବଂ 25 କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୋକର୍ଣ୍ଣେଶ୍ବରଠାରୁ ରମାପୁର ପର୍ଯ୍ୟନ୍ତ ରାସ୍ତାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ । ଏଥିସହିତ 10 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ନାକପୋଲ ଠାରୁ ମାଣ୍ଡିଆ ପର୍ଯ୍ୟନ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ବିଶୁଦ୍ଧ ଓ ସ୍ବଚ୍ଛ ପାନୀୟ ଜଳ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ପାଇପ ଲାଇନ ସଂପ୍ରସାରଣ କରାଯାଇ ପାନୀୟ ଜଳ ଯୋଗାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ଏହିକ୍ରମରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମିର୍ଜାପୁର ଓ ହରିଦାସପୁରରେ ଦୁଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିବାକୁ ଥିବା ବେଳେ ଆଉ 30ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Share

Leave a Reply

Your email address will not be published. Required fields are marked *

15 − 6 =