ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଘର-ଘର ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବ ପରେ ଏବେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏକ ପ୍ରେସ କନଫରେସନ୍ସ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପିଜା, ବର୍ଗରର ହୋମ ଡେଲିଭରି ହୋଇ ପାରୁଛି ହେଲେ ରାସନର କାହିଁକି ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଘରକୁ ଘର ରାସନ ଯୋଜନା ବନ୍ଦ କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଘର ଘର ରାସନ ଯୋଜନା ଆରମ୍ଭ ହେବାର ଥିଲା । ଏନେଇ ସବୁ ପ୍ତସ୍ତୁତି ସରିଥିଲା । ହେଲେ ଆପଣ ହଠାତ କାହିଁକି ଏଭଳି ଦୁଇଦିନ ପୂର୍ବରୁ ରୋକ ଲଗାଇଲେ । ଆପଣ କହିଲେ ଏହି ଯୋଜନା ପାଇଁ ଆମେ କେନ୍ଦ୍ରଠୁ ଅନୁମତି ନେଇନୁ । ହେଲେ ଆମେ ଏଥିପାଇଁ ୫ଥର ଅନୁମତି ନେଇଛୁ ।

Share

Leave a Reply

Your email address will not be published. Required fields are marked *

twenty − thirteen =