ଆଜିଠୁ ବିରାଟ ଭାରତୀୟ କ୍ରିକେଟ ଦଳର ଅଭ୍ୟାସ

ସାଉଥମ୍ପଟନ୍‌: ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍କୁ ନେଇ ଭାରତୀୟ କ୍ରିକେଟ୍ ଦଳ ବେଶ୍ ଉତ୍ସାହିତ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍ ଜିତି ପାରିଲେ ଆଇସିସି ତରଫରୁ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିବ କୋହଲି ବାହିନୀ। କରୋନା ଭୟାବହତା ଭିତରେ ନିରପେକ୍ଷ ସ୍ଥାନରେ ଖେଳାଯିବା ଏହି ମୁକାବିଲାକୁ ଅଧିକ ମହତ୍ବପୂର୍ଣ୍ଣ କରିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଖେଳି ନ୍ୟୁଜିଲାଣ୍ଡ ଏହି ପ୍ରତୀକ୍ଷିତ ମ୍ୟାଚ୍ ଖେଳିବ।

ଜୁନ୍ ୧୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ବିରାଟ ବାହିନୀ । ଗୁରୁବାର ସାଉଥାମ୍ପଟନ୍ରେ ପହଞ୍ଚିଥିବା ବିରାଟ କୋହଲିଙ୍କ ଦଳ ୩ ଦିନିଆ ସଙ୍ଗରୋଧ ପରେ ଏବେ ପ୍ରଥମ ଅଭ୍ୟାସ ଶିବିର ପାଇଁ ପ୍ରସ୍ତୁତ ହୋଇଛି। ସାଉଥାମ୍ପଟନ୍ର ଏଜିସ୍ ବାଉଲ୍ରେ ଅଭ୍ୟାସ ପାଇଁ ‘ପର୍ଫେକ୍ଟ ସେଟ୍ଅପ୍’ ରହିଛି ବୋଲି ବିସିସିଆଇ ଶନିବାର ଟ୍ବିଟ୍ କରିଛି। ତଥାପି ଭାରତୀୟ ଖେଳାଳିମାନେ ମୋଟ ୧୦ ଦିନିଆ ସଙ୍ଗରୋଧରେ ରହି ଏହି ଅଭ୍ୟାସ ଆରମ୍ଭ କରିବେ। ଏହା ପୂର୍ବରୁ ଭାରତୀୟ ଦଳ ମଧ୍ୟ ମୁମ୍ବାଇରେ ୧୪ ଦିନିଆ ସଙ୍ଗରୋଧ ଶେଷ କରି ଇଂଲଣ୍ଡ ଗସ୍ତ କରିଥିଲା।

Share

Leave a Reply

Your email address will not be published. Required fields are marked *

twelve + 12 =