ଏଣିକି ସପ୍ତାହକ ୭ ଦିନ ମୋ ବସ୍ ଚଳାଚଳ କରିବ

ଭୁବନେଶ୍ୱର() ସପ୍ତାହକ ୭ଦିନ ମୋ ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ୮ଟି ରୁଟ ଦେଇ ପ୍ରତିଦିନ ମୋ ବସ ଚଳାଚଳ କରିବ । ୮ଟି ରୁଟ୍ ତଥା ୧୧, ୧୬,୧୮,୨୦,୨୩,୨୪,୨୫,୩୩ ନମ୍ବର ରୁଟ ଦେଇ ମୋ ବସ୍ ଚଳାଚଳ କରିବ । ଏନେଇ କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । କିନ୍ତୁ ବସ୍ ଯିବା ବେଳେ ଯାତ୍ରୀମାନେ କେତେକ ନିୟମ ପାଳନ କରିବାକୁ ହେବ । ସମସ୍ତେ ମାସ୍କ ପିନ୍ଧିବେ ଓ କେହି ବି ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଏହାସହ ଡ଼ିଜିଟାଲ ପେମେଣ୍ଟ ଦେବେ । ଅନ୍ୟପଟେ ଆସନ୍ତାକାଲିଠାରୁ ଓଏସଆରଟିସିର ବସ୍ ମଧ୍ୟ ଚଳାଚଳ କରିବ ।

Share

Leave a Reply

Your email address will not be published. Required fields are marked *

five × one =