ବଜେଟ ପୂର୍ବରୁ ହାଲୁଆ ପର୍ବ ପାଳିତ

ନୂଆଦିଲ୍ଲୀ () କେନ୍ଦ୍ର ବଜେଟ୍ ପାଇଁ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ବଜେଟ ଦସ୍ତାବିତ ଛପା ହେବା ପୂର୍ବରୁ ହାଲୁଆ ପର୍ବ ପାଳିତ କରାଯାଇଥାଏ । ଏହି ଦିନଠାରୁ ଅର୍ଥ ମନ୍ତ୍ରାଳୟର ସମସ୍ତ ଅଧିକାରୀ ଘରକୁ ନ ଯାଇ ଏହିଠାରେ ରହିଥାନ୍ତି । ଫଳରେ ବଜେଟ୍ ଦସ୍ତାବିଜ ବାବଦ ତଥ୍ୟ ଗୋପନ ରହିଥାଏ । ବହୁ ବର୍ଷ ହେଲା ଏହି ହାଲୁଆ ପର୍ବ ପାଳିତ ହୋଇଆସୁଛି ।

ପରମ୍ପରା ଭାବେ ଏକ ବଡ଼ କଡେ଼ଇରେ ମିଠା ତଥା ସୁସ୍ୱାଦୁ ହାଲୁଆ ରୋଷେଇ କରାଯାଇଥାଏ । ଏହାକୁ ବଜେଟ ସହିତ ଜଡ଼ିତ ସମସ୍ତ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । ସୋମବାର ଅର୍ଥମନ୍ତ୍ରୀ ସୀତାରମଣ କଡେ଼ଇ ଉପରେ ଘୋଡ଼ାଯାଇଥିବା ଏକ ନାଲି କପଡ଼ାକୁ କାଢ଼ି ସମସ୍ତଙ୍କୁ ହାଲୁଆ ପରଷିଥିଲେ ।

ହାଲୁଆ ପର୍ବରୁ ବଜେଟ୍ ଦସ୍ତାବିଜ ଛପା କାର୍ୟ୍ୟ ଆରମ୍ଭ ହୋଇଛି । ବଜେଟ୍ ଦାୟିତ୍ୱରେ ରହିଥିବା ଅର୍ଥମନ୍ତ୍ରାଳୟର ସମସ୍ତ ଅଧିକାରୀ ନର୍ଥ ବ୍ଲକରେ ହିଁ ରହିବେ । ସେମାନେ ବଜେଟ୍ ଆଗତ ହେବା ପର୍ୟ୍ୟନ୍ତ ଘରକୁ ଯିବେ ନାହିଁ । ଏମିତି କି ଘର ଲୋକଙ୍କ ସହ ସେମାନେ ଫୋନରେ ମଧ୍ୟ କଥା ହୋଇପାରିବେ ନାହିଁ । ଇମେଲ ବି କରାଯାଇପାରିବ ନାହିଁ । ବଜେଟ୍ ଆଗତ ହେବା ପୂର୍ବରୁ ଯେମିତି ଏହାର ତଥ୍ୟ ପ୍ରଘଟ ନହୁଏ । ତାହାକୁ ସୁନିଶ୍ଚିତ କରିବା ଲାଗି ଅଧିକାରୀଙ୍କୁ ଘରକୁ ଯିବାକୁ ଅନୁମତି ମିଳିନଥାଏ ।

Share

Leave a Reply

Your email address will not be published. Required fields are marked *

four × three =