ଦଳକୁ ବଦନାମ କରିବା ପାଇଁ ବିରୋଧୀ ଦଳ କଂଗ୍ରେସ ଭବନକୁ ବାଉନ୍ସର ପଠାଇଥାଇପାରନ୍ତି : ସୁର

ଭୁବନେଶ୍ୱର() ସ୍ଵର ବଦଳାଇଲେ ସୁର। କଂଗ୍ରେସ ଭବନରେ ବାଉନସର ବଳୟକୁ ନେଇ ମତ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ। ସୁର କହିଛନ୍ତି, କିଏ ବାଉନ୍ସର ପଠାଇଲା ତାହା ଜାଣିନାହିଁ। ବିରୋଧୀ ଦଳ ସେମାନଙ୍କୁ ପଠାଇଥାଇପାରନ୍ତି। ଦଳକୁ ବଦନାମ କରାଯାଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ସୁର ବରିଷ୍ଠ ନେତାମାନଙ୍କୁ ସମାଲୋଚନା କରି କହିଥିଲେ ଯେ, ଦଳୀୟ କାର୍ୟ୍ୟାଳୟକୁ ସେମାନଙ୍କୁ ଆଣିବା ଠିକ୍ ହୋଇନାହିଁ। ରାଜନୀତିରେ ଏମିତି ହେବା ଉଚିତ ନୁହେଁ। ଗୁଣ୍ଡା ଶାସନକୁ ବରଦାସ୍ତ କରାଯିବ ନାହିଁ। ଆମକୁ କ’ଣ ବାଉନ୍ସର ବଳିଯିବେ। ଆମେ ଡାକିଲେ ୫ ହଜାର ଲୋକ ଆସିିବେ, ବାଉନ୍ସର କ’ଣ କରିବେ ବୋଲି ସେ କହିଥିଲେ।

ଅପରପକ୍ଷେ ଘଟଣାକୁ ନେଇ ଚାରିଆଡ଼େ ପ୍ରଶ୍ନ କରାଯାଉଛି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ଭବନରେ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ଉତ୍ତେଜନା ହୋଇଥିଲା। ଏପରିକି କଂଗ୍ରେସ ଭବନ ପରିସରରେ ଦୁର୍ବ୍ୟବହାର ପ୍ରତିବାଦରେ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିଲେ। ଏହାପରେ କଂଗ୍ରେସ ଭବନ ବାହରେ ଗଣ୍ଡଗୋଳ ଆଶଙ୍କା କରି ବାଉନସରଙ୍କୁ ନିୟୋଜିତ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

Share

Leave a Reply

Your email address will not be published. Required fields are marked *

11 − two =