ମୃତ୍ୟୁ ପଛରେ ସାଇକୋ ଲେଡ଼ି

ଭୁବନେଶ୍ୱର()  ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତୁ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ  । ତେବେ ଏହି ମାମଲାର ମୋଡ଼ ବଦଳିବାକୁ ଯାଉଛି  । ଆଦିତ୍ୟ ଦାସଙ୍କ ମୃତୁ୍ୟ ପଛରେ ଜଣେ ସାଇକୋ ଲେଡ଼ିର ହାତ ରହିଛି ବୋଲି ଆଦିତ୍ୟଙ୍କ ବାପା ଅଭିଯୋଗ କରିଛନ୍ତି  । ଏନେଇ କ୍ରାଇମବ୍ରାଂଚ ତଦନ୍ତ କରୁନଥିବାରୁ ଏହାର ସିବିଆଇ ପାଇଁ ସେ ଦାବି କରିଛନ୍ତି । ଅପରପକ୍ଷରେ ଆଦିତ୍ୟଙ୍କ ପନôୀ ବିଦ୍ୟାଶ୍ରୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି  ।

ଆଦିତ୍ୟଙ୍କ ବାପା କହିଛନ୍ତିଯେ, ଜଣେ ମହିଳା ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ  । ତାଙ୍କୁ ବିବାହ କରିବା ପାଇଁ ବ୍ଲାକମେଲିଂ କରୁଥିଲେ । ସେହି ମହିଳାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦରକାର  । କିନ୍ତୁ କ୍ରାଇମବ୍ରାଂଚ ଏଦିଗରେ ତଦନ୍ତ କରୁନାହିଁ ବୋଲି ସେ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

fourteen + eleven =