କମ୍ବିଂ ଅପରେସନ ସମୟରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି() ଏସଓଜି ଓ ଡିଏଫଓ ଯବାନମାନଙ୍କ ମିଳିତ କମ୍ବିଂ ଅପରେସନ ସମୟରେ ମାଲକାନଗିରିର ଯନ୍ତ୍ରୀ ଜଙ୍ଗଲରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଧରାପଡ଼ିଥିବା ନେଇ ଜିଲ୍ଲା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଯବାନମାନେ ଯେଉଁ ମାଓବାଦୀକୁ ଧରିଛନ୍ତି, ତାର ନାମ ଲକ୍ଷ୍ମଣ ଗଲୋରୀ ବୋଲି ଜଣାଯାଇଛି। ତା’ ଘର ଯୋଡାମ୍ବ ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି ।

ଲକ୍ଷ୍ମଣକୁ ଏସଓଜି ଓ ଡିଏଫଓ ଯବାନମାନେ ଆହତ ଅବସ୍ଥାରେ ଧରିଥିଲେ। ତା’ପରେ ତାର ପ୍ରାଥମିକି ଚିକିତ୍ସା କରାଯାଇଥିଲା। ତାକୁ ଅଧିକ ପଚରାଉଚରା କରାଯାଉଛି। ଏହି କମ୍ବିଂ ଅପରେସନ ସମୟରେ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ , ତିନିଟି ଏକେ-୪୭ ମାଗାଜିନ୍, ୪୦ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ରାଇଫଲ୍, ଏଗାରଟି ଇଲେକ୍ଟ୍ରୋନିକ୍ ଡିଟୋନେଟର୍ ସମେତ କେତେକ ମାଓ ସାହିତ୍ୟ ଓ ମାଓ ସାମଗ୍ରୀ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଗୋରାସେତୁ ନିକଟରେ ଥିବା ତୋଟାଗୁଡା ଜଂଗଲରେ ବୁଲୁଥିବା ନକ୍ସଲମାନଙ୍କ ଉପରେ ଚଢଉ କରିଥିଲା। ପୁଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇଥିବା ବେଳେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଘଟଣାସ୍ଥଳରୁ ଜଣେ ମିଲିଟ୍ରି ପ୍ଲାଟୁନ କମାଣ୍ଡରର ଶବ ଜବତ କରାଯାଇଥିଲା। ସେ ମାଓ କମାଣ୍ଡର କିଶୋର ବୋଲି ପୁଲିସ କହିଥିଲା।

Share

Leave a Reply

Your email address will not be published. Required fields are marked *

5 + twenty =