ଫଟୋ କହୁଛି ଅରୁଣଙ୍କ ପ୍ରତି ଥିବା ଭଲପାଇବା

ଭୁବନେଶ୍ବର () ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋକୁ ଟିକେ ନିରିଖେଇ ଦେଖନ୍ତୁ । ବୟାନ କରୁଛି ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତି ଥିବା ଭଲପାଇବା । ଅରୁଣଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାକୁ ଆସିଛନ୍ତି ଏହି ଯୁବତୀ । ହେଲେ ଅରୁଣଙ୍କ ଫଟୋ ସହ ନେଉଛନ୍ତି ସେଲଫି । ଏକଥା ଆମେ କହୁନୁ, ଏ ଫଟୋ କହୁଛି ।
ରାଜ୍ୟର ଯୁବ ମନ୍ତ୍ରୀଙ୍କ ମଧ୍ୟରେ ଅରୁଣ ସାହୁଙ୍କ ପ୍ରତି ସାଧାରଣରେ ଥିବା ଶ୍ରଦ୍ଧା, ସମ୍ମାନ ଓ ଭଲପାଇବାର ଏହା ହେଉଛି ଏକ ନିଛକ ଉଦାହାରଣ । ଅରୁଣଙ୍କ ପ୍ରତି ରହିଥିବା ଏହି ଭଲପାଇବା ବିଭିନ୍ନ ସମୟରେ ସଭାସମିତିରେ ଦେଖିବାକୁ ମିଳିଛି । ଆଜି ମଧ୍ୟ ବିକ୍ଷୋଭ ସମୟରେ ଦେଖିବାକୁ ମିଳିଛି । ସବୁଠାରୁ ଚମତ୍କାର କଥା ହେଉଛି, ତାଙ୍କ ବିରୋଧରେ ବିକ୍ଷୋଭ ପାଇଁ ଆସିଥିବା ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଅରୁଣଙ୍କ ପ୍ରତି ଥିବା ଶ୍ରଦ୍ଧା ।
ବିଧାନସଭାରୁ ଲୋୟର ପିଏମଜି ସବୁଠି ପ୍ରତିବାଦର ଝଡ଼ l ପରୀ ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି l ହେଲେ ଅରୁଣଙ୍କ ଲୋକପ୍ରିୟତା ଓ ଯୁବ ଛାତ୍ର ତାଙ୍କୁ କେତେ ଭଲ ପାଆନ୍ତି ତାହାର ଉଦାହାରଣ ସାଜିଥିବା ଏହି ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ବିଜେପି ଡେଉଁରିଆ ପକାଇ ଜଣେ ଯୁବ ନେତ୍ରୀ ଅରୁଣଙ୍କ ପୋଷ୍ଟରରେ ସେଲ୍ଫି ନେବା ଫୋଟୋ ହଁ ତାହା ବୟାନ କରୁଛି l ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l ତେବେ ସେଲଫି ନେଉଥିବା ଏହି ଯୁବତୀଙ୍କର ଏଯାଏଁ ପ୍ରତିକ୍ରିୟା ମିଳିପାରିନି ।

Share

Leave a Reply

Your email address will not be published. Required fields are marked *

9 + twelve =