ମମତାଙ୍କ ନିଷ୍ପତିକୁ ନବୀନଙ୍କ ପ୍ରଶଂସା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନିଷ୍ପତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନିଜ ଖୁସି ଜଣାଇଛନ୍ତି ନବୀନ । ଆଗାମୀ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶରୁ ଅଧିକ ମହିଳା ପ୍ରାର୍ଥୀ ତାଲିକା ଘୋଷଣା କରି ମମତା ମହିଳା ସଶକ୍ତିକରଣ ଦିଗରେ ନୂଆ ପଦକ୍ଷେପ ନେଇଛନ୍ତି । ଏଭଳି ପଦକ୍ଷେପ ଦେଶର ରାଜନୀତି ଓ ବିକାଶରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିବ ବୋଲି ନବୀନ କହିଛନ୍ତି ।

ଏଥର ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନ ଘୋଷଣା କରିଛନ୍ତି । ଅର୍ଥାତ୍ ୨୧ ଟି ଲୋକସଭା ସିଟ୍ରୁ ଅନ୍ୟୁନ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେବ ବିଜେଡି । ଏହା ପୂର୍ବରୁ ବିଧାନସଭା ଏବଂ ସଂସଦରେ ୩୩ ପ୍ରତିଶତ ମହିଳାଙ୍କ ସ୍ଥାନ ସଂରକ୍ଷଣ ନେଇ ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ କରାଯାଇଛି । ଏପରିକି ଏହାକୁ ସମର୍ଥନ କରିବା ନେଇ ସମସ୍ତ ଜାତୀୟ ଦଳ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । କିଛି ରାଜ୍ୟ ନବୀନ ଉଦ୍ୟମକୁ ପ୍ରଶଂସା କରିବା ସହ ସମର୍ଥନ ଜଣାଇଛନ୍ତି ।

ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକଟ ଦେବାକୁ ଘୋଷଣା କଲେ ତୃଣମୁଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜି । କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମମତା ଏହି ଘୋଷଣା କରିଥିବା ବେଳେ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଦେଇଛନ୍ତି । ଏହା ବ୍ୟତୀତ ଟିଏମସି ଆସାମରେ ୬ଟି, ଝାରଖଣ୍ଡରେ ୩ଟି, ଆଣ୍ଡାମାନରେ ଗୋଟିଏ ଓ ଓଡ଼ିଶାରେ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି ।

Share

Leave a Reply

Your email address will not be published. Required fields are marked *

6 + five =