କରୋନା ପାଇଁ ଏନପିଏସ ଖାତାରୁ ଟଙ୍କା ଉଠାଇ ପାରିବେ

ଧାରକ ମାନେ କୋଭିଡ-୧୯ ସହ ଜଡିତ ଚିକିତ୍ସା ଆଦି ପାଇଁ ନିଜ ଏନପିଏସ ବା ରାଷ୍ଟ୍ରୀୟ ପେନସନ ଯୋଜନା ଖାତାରୁ ଆବଶ୍ୟକୀୟ ଟଙ୍କା ଉଠାଇ ପାରିବେ । ପେନ୍ସନ ଫଣ୍ଡ ନିୟାମକ ପ୍ରାଧିକରଣ ମୁଖ୍ୟ ଏନପିଏସର ସମସ୍ତ ଖାତା ଧାରକ ଓ ଅଂଶ ଧାରକଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର କହିଛନ୍ତିକି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀହିଁ ଏପରି ଏକ ପଦକ୍ଷେପ ନିଆଯାଇଛି । କୋଭିଡ-୧୯ ଏକ ଅତ୍ୟନ୍ତ ମାରାତ୍ମକ ରୋଗ । ଏଥିରେ ପୀଡିତ ବ୍ୟକ୍ତିଙ୍କର ଜୀବନ ଯିବାର ସମ୍ଭାବନା ବି ଅଛି ।

ପିଏଫଆରଡ଼ିଏ ଦ୍ୱାରା ଆୟୋଜିତ ଏକ ମିଟିଂରେ ଏହା ମଧ୍ୟ ଘୋଷଣା କରାଯାଇଛିକି, ନୂଆ ନିୟମ ଅନୁଯାୟୀ ଖାତାଧାରକ ମାନେ କୋଭିଡ -୧୯ ରୋଗର ଚିକିତ୍ସା ପାଇଁ ଆଂଶିକ ପରିମାଣର ଅର୍ଥ ନିଜ ନିଜ ଆକାଉଣ୍ଟରୁ ଉଠାଇ ପାରିବେ । ଜରୁରୀ ସମୟରେ ନିଜ ପରିବାର ଯେମିତିକି ସ୍ତ୍ରୀ, ଛୁଆ, ଆଇନ ଅନୁଯାୟୀ ପାଳିତ ଛୁଆ, ଆଶ୍ରିତ ପିତା ମାତାଙ୍କ ଚିକିତ୍ସା ପାଇଁ ବି ଏହି ସୁବିଧାର ଲାଭ ଉଠାଇ ପାରିବେ ।
କିନ୍ତୁ କହିରଖିବା ଉଚିତ ହେବକି, ଅଟଳ ପେନ୍ସନ ଯୋଜନା ଅନ୍ତଭୂକ୍ତ ଖାତାଧାରକଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବନାହିଁ ।

ଏନପିଏସ ଓ ଏପିବାଇ ପିଏଫଆରଡିଏ ବର୍ତ୍ତମାନ ସମୟରେ ଦେଶରେ ପ୍ରଚଳିତ ହେଉଥିବା ଦୁଇ ପ୍ରମୁଖ ପେନ୍ସନ ବ୍ୟବସ୍ଥା । ତଥ୍ୟ ଅନୁଯାୟୀ, ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶରେ ସମୁଦାୟ ଖାତାଧାରକଙ୍କ ସଂଖ୍ୟା ୨.୧୧ କୋଟି ପାଖାପାଖି ଅଛି ।
ପିଏଫଆରଡ଼ିଏ ଅନୁଯାୟୀ, କରୋନା ସଙ୍କଟ କାରଣରୁ ଛୋଟ ଛୋଟ କର୍ପୋରେଟ ସେକ୍ଟର ମାନଙ୍କୁ ଆଗକୁ ବିଶେଷ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଏକ ଆର୍ଥିକ ଵର୍ଷ ମଧ୍ୟରେ ପେନ୍ସନ ଖାତା ଧାରକ ମାନେ କେବେ ବି ଅର୍ଥ ଜମା କରି ପାରିବେ । ବେତନ ଭୋଗୀ ମାନେ ବି ଏହାର ଫାଇଦା ଉଠାଇ ପାରିବେ । ସୂଚନା ଦେବା ଯୋଗ୍ୟକି, ବର୍ଷକୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ଟ୍ୟାକ୍ସ ଛାଡ ମିଳିପାରିବ ।

Share

Leave a Reply

Your email address will not be published. Required fields are marked *

16 − 1 =