Uncategorized

ନାରାୟଣ ସେବା ସଂସ୍ଥାନ ପକ୍ଷରୁ ୪.୫ ଲକ୍ଷରୁ ଅଧିକ ଦିବ୍ୟାଙ୍ଗଙ୍କ ମାଗଣା ଅସ୍ତ୍ରୋପଚାର

ଭୁବନେଶ୍ୱର: ଦିବ୍ୟାଙ୍ଗ ସଶକ୍ତୀକରଣ ପାଇଁ ଉତ୍ସର୍ଗୀକୃତ ଅଗ୍ରଣୀ ଏନଜିଓ ନାରାୟଣ ସେବା ସଂସ୍ଥାନ (ଏନଏସଏସ) ଏହାର ସମନ୍ୱିତ ସ୍ୱାସ୍ଥ୍ୟସେବା ଓ ଦକ୍ଷତା ବିକାଶ ଅଭିଯାନ ଜରିଆରେ ଅନ୍ତର୍ଭୁକ୍ତୀକରଣ ବିକାଶକୁ ଆଗକୁ ବଢ଼ାଉଛି। ଗତ ଚାରି ବର୍ଷ ମଧ୍ୟବରେ ସଂସ୍ଥାନ ସଫଳତାର ସହ ୪,୫୨,୫୬୯ ସୁଧାରମୂଳକ ଅସ୍ତ୍ରୋପଚାର କରିପାରିଛି। ଏହାର ୧୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ୧୨୫ ଜଣ ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଟିମ ଦିନକୁ ୮୦-୯୦ ସର୍ଜରି କରୁଛନ୍ତି। ତାହା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି।
ବିହାରର ମଧୁବନିର ୧୮ ବର୍ଷୀୟ ଚାନ୍ଦିନୀ। ତିନି ବର୍ଷ ବୟସରୁ ସେ ଗୁରୁତର ଦିବ୍ୟାଙ୍ଗର ଶିକାର ହୋଇଥିଲେ। ତାଙ୍କ ଉଭୟ ଗୋଡ଼ ବଙ୍କାଥିଲା ଓ ଆଣ୍ଠୁ ଅସମାନ ରହିଥିଲା। ଚଳପ୍ରଚଳ କରିପାରୁନଥିବାରୁ ସେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ ଓ ପ୍ରାୟ ଏକଲା ରହୁଥିଲେ। ବାପା ରମଣ ଓ ମା ରିତୁ ଦେବୀଙ୍କଠାରୁ ଚାନ୍ଦିନୀ ଏକ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଉନ୍ନତ ଚିକିତ୍ସା ସୁବିଧା ପାଉନଥିଲେ। ବହୁ ଅନୁସନ୍ଧାନ କରିବା ପରେ ସେମାନେ ଉଦୟପୁରରେ ଥିବା ଏନଏସଏସର ମଗଣା ଚିକିତ୍ସା ସେବା ପାଇଥିଲେ। ୨୦୨୪ ମେରେ ଚାନ୍ଦିନୀ ହସ୍ପିଟାଲରେ ଭର୍ତି ହୋଇଥିଲେ। ତାଙ୍କର ଚାରିଟି ଅସ୍ତ୍ରୋପଚାର କରାଯାଇିଲା। ୨୦୨୫ ଡିସେମ୍ବରରେ ତାଙ୍କୁ ପୁଣି ଥରେ ପରୀକ୍ଷା କରାଯାଇଥିଲା। ସେଭଭଲ ଭାବେ ଠିଆ ହୋଇପାରୁଥିଲେ ଓ ଦୃଢ଼ତା ଓ ବିଶ୍ୱାସର ସହ ଆଗକୁ ବଢ଼ୁଥିଲେ।
ନିକଟରେ ଏନଏସଏସ ବିହାରର ଜଣେ ଛଅ ବର୍ଷୀୟ ବାଳକ ସୁଧାଂଶୁ କୁମାରଙ୍କ ବିରଳ ଅସ୍ତ୍ରୋପଚାର କରିଥିଲା। ସେ ଦିବ୍ୟାଙ୍ଗ ଥିଲେ ଓ ତାଙ୍କ ବାମ ପାଦ ବଙ୍କା ଥିଲା ଏବଂ ବୁଢ଼ା ଆଙ୍ଗୁଠି ଅତ୍ୟଧିକ ବଙ୍କା ଥିଲା। ସେଥିପାଇଁ ସେ ଠିକ୍ ଭାବେ ଚାଲିପାରୁନଥିଲେ। ତାଙ୍କ ଚିକିତ୍ସା ପାଂଚ ମାସ ପର୍ଯ୍ୟନ୍ତ ଚାଲିଥିଲା। ଦୁଇଟି ଅସ୍ତ୍ରୋପଚାର ଓ ସୁଧାରମୂଳକ ପଦକ୍ଷେପ ପରେ ୨୦୨୫ ଡିକସେମ୍ବର ୧୨ରେ ସେ ହସ୍ପିଟାଲରୁ ଘରକୁ ଯାଇଥିଲେ। ଏବେ ସେ ନିଜ ଉଦ୍ୟମରେ ଚାଲିପାରୁଛନ୍ତି। ସୁଧାଂଶୁ କହିଛନ୍ତି ଯେ ମୁଁ ଦୌଡ଼ିବି ଓ ଆଗକୁ ବଢ଼ିବ।
ଏହି ଅବସରରେ ନାରାୟଣ ସେବା ସଂସ୍ଥାନର ସଭାପତି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି ଯେ, “ଏନଏସଏସରେ ଆମର ମିସନ ହେଉଛି ମେଡିକାଲ ଚିକିତ୍ସାରୁ ଆଗକୁ ବଢ଼ିବା। ଆମେ ପହଂଚିପାରୁଥିବା ଲୋକମାନଙ୍କ ଦୈନନ୍ଦିନ ଜୀବନରେ ସମ୍ମାନ, ସ୍ୱାଧୀନତା ଓ ଆଶା ସଂଚାର କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ପ୍ରତିଟି ଅସ୍ତ୍ରୋପଚାର, ପ୍ରତିଟି ଥଇଥାନ ଏବଂ ଆମେ ଯୋଗାଇ ଦେଉଥିବା ପ୍ରତିଟି ସହାୟକ ଡିଭାଇସ ହେଉଛି ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ସମାଜ ଗଠନ କରିବା ଦିଗରେ ପଦକ୍ଷେପ ଯେଉଁଠାରେ କୌଣସି ବ୍ୟକ୍ତିଙ୍କ ପାଇଁ ଦିବ୍ୟାଙ୍ଗ କିମ୍ବା ଆର୍ôଥକ ସମସ୍ୟା ପ୍ରତିବନ୍ଧକ ହୋଇରହିବ ନାହିଁ। ଆମେ ଆମର ଉପସ୍ଥିତିର ସମ୍ପ୍ରସାରଣ କରୁଥିବା ବେଳେ ସମସ୍ତଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ସଶକ୍ତୀକରଣ ସୁଯୋଗ ପହଂଚାଇବା ନିଶ୍ଚିତ କରିବାକୁ ଉତ୍ସର୍ଗୀକୃତ ରହିଛୁ।”
ଫିଜିଓଥେରାପି ସେବା ଜରିଆରେ ଏହା ପ୍ରତି ମାସରେ ପ୍ରାୟ ୮୦୦୦ ରୋଗୀଙ୍କୁ ସହାୟତା ପ୍ରଦାନ କରୁଛି। ଏହାର ବ୍ୟାପକ ନେଟୱର୍କ ଦିଲ୍ଲୀ, ହରିୟାଣା, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ଗୁଜରାଟରେ ରହିଛି। ଚିକିତ୍ସା ସେବା ବ୍ୟତୀତ ସଂସ୍ଥାନ ପକ୍ଷରୁ ନିଶା ନିବାରଣ, ପରିବେଶ ସଂରକ୍ଷଣ, ସ୍ୱଚ୍ଛତା ଓ ଭୋଜନ ଦାନ ଭଳି ସାମାଜିକ ସଚେତନତାର ପ୍ରସାର କରୁଛି।

Share

Leave a Reply

Your email address will not be published. Required fields are marked *

thirteen − one =