ଜେଏସଡବ୍ଲ୍ୟୁ ପେଂଟସ ପକ୍ଷରୁ ଏଆଇ ପ୍ରଥମ ଭିଜୁଆଲାଇଜରର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅଗ୍ରଣୀ ପରିବେଶ ମିତବ୍ୟୟୀ ପେଂଟ କମ୍ପାନି ଜେଏସଡବ୍ଲ୍ୟୁ ପେଂଟସ ପକ୍ଷରୁ ଏହାରା ନୂଆ ଏଆଇ ପରିଚାଳିତ ପେଂଟ ଭିଜୁଆଲାଇଜର ଉନ୍ମୋଚନ କରାଯାଇଛି। ନିଜ ପାଇଁ ରଙ୍ଗ ଚୟନ କରିବା ବେଳେ ତାହାକୁ ଅନୁସନ୍ଧାନ ଓ ଅନୁଭବ କରିବା ପାଇଁ ଏହି ଉନ୍ନତ ଡିଜିଟାଲ ସମାଧାନ ପ୍ରସ୍ତୁତ କରାଯାଇଛିି। ପାରମ୍ପରିକ ଭିଜୁଆଲାଇଜେସନ ଟୁଲଗୁଡ଼ିକଠାରୁ ଏହା ଭିନ୍ନ। ଏହା ଆକଳନଠାରୁ ଆଗକୁ ବଢ଼ିବ ଗ୍ରାହକମାନଙ୍କୁ ବିଶ୍ୱାସର ସହ ରଙ୍ଗ ଚୟନ କରିବାକୁ ସଶକ୍ତ କରୁଛି।
ଏହି ନବସୃଜନର ମୂଳ କେନ୍ଦ୍ରରେ ରହିଛି ଏକ ଶକ୍ତିଶାଳୀ ତଥ୍ୟ ବିଶ୍ଳେଷଣ। ଜେଏସଡବ୍ଲ୍ୟୁ ପେଂଟସର ଏଆଇ ଭିଜୁଆଲାଇଜର ଟୁଲ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ଡିଜାଇନ ଇଂଟେଲିଜେନ୍ସର ମିଶ୍ରଣ କରି ଉଲ୍ଲେଖନୀୟ ବାସ୍ତବତା ସହ ରଙ୍ଗକୁ ଜୀବନ୍ତ କରୁଛି। ଏହି ପ୍ଲାଟଫର୍ମ ଆଲୋକ, ୱାଲ ମ୍ୟାପିଂ ଓ ଜୀବନ୍ତ ରଙ୍ଗ ଉପସ୍ଥାପନ କରୁଛି ଯାହା ଗ୍ରାହକମାନଙ୍କୁ ସେମାନେ ବାସ୍ତବ ପରିବୋରେ ଚାହୁଥିବା ସେଡକୁ କଳ୍ପନା କରିବାରେ ସହାୟକ ହେଉଛି। ଦୃଶ୍ୟମାନ ସଠିକତା ଓ ବିଶ୍ୱାସ ମଧ୍ୟରେ ରହିଥିବା ଅନ୍ତରକୁ ଏହା ଦୂର କରୁଛି। ବ୍ୟବହାରକାରୀଙ୍କ ସୂଚନା, କୋଠରିର ପ୍ରକାର ଓ ପସନ୍ଦ ଅନୁସାରେ ଏହା ଉପଯୁକ୍ତ ରଙ୍ଗ ବିକଳ୍ପର ସୁପାରିସ କରୁଛି।
ସ୍ଥାନୀୟ ଅଂଚଳରୁ ଅନୁପ୍ରାଣିତ ରଙ୍ଗ ରୂପରେଖର ମଧ୍ୟ ଏହା ପରାମର୍ଶ ଦେଉଛି ଯାହା ଭାରତର ବିବିଧ ଐତିହ୍ୟ ସୁନ୍ଦରତା ଓ ସାଂସ୍କୃତିକ ଭାବକୁ ପ୍ରତିଫଳିତ କରୁଛି। ଶହ ଶହ ବିକଳ୍ପ ମଧ୍ୟରୁ ଖୋଜିବା ବଦଳରେ ବ୍ୟବହାରକାରୀମାନେ ନିଜର ପସନ୍ଦ ଓ ସ୍ଥାନ ବିଷୟରେ ସୂଚନା ଦେଇ ନିଜକୁ ସୁହାଇବା ଭଳି ରଙ୍ଗର ପରାମର୍ଶ ପାଇପାରିବେ। ଏହି ପ୍ଲାଟଫର୍ମରେ ଏକ ଇଂଟେଲିଜେଂଟ ସେଡ ପରାମର୍ଶ ରହିଛି ଯାହା ଗ୍ରାହକ ପ୍ରଦାନ କରିଥିବା ବିବରଣୀ ଅନୁସାରେ ରଙ୍ଗ ପରାମର୍ଶ ଦେବ।
ଜେଏସଡବ୍ଲ୍ୟୁ ଡେକୋରେଟିଭ ପେଂଟସର ସିଏମଓ ଶ୍ରୀ ରୋହିତ ତଲୱାର କହିଛନ୍ତି ଯେ, “ପ୍ରତି ବର୍ଷ ରଙ୍ଗ ବର୍ଗରେ ୧୦୦ ନିୟୁତରୁ ଅଧିକ ଅନୁସନ୍ଧାନ ହେଉଛି ଯାହା ଘର ମାଲିକଙ୍କ ପାଇଁ ରଙ୍ଗ ଚୟନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଉଛି। ଜେଏସଡବ୍ଲ୍ୟୁ ପେଂଟସରେ ଆମର ବିଶ୍ୱାସ ରହିଛି ଯେ ଘର ପାଇଁ ରଙ୍ଗ ଚୟନ କରିବା ଏକ ଆବେଗିକ ଓ ଗଭୀର ଭାବେ ବ୍ୟକ୍ତିଗତ ନିଷ୍ପତି, କିନ୍ତୁ ଅତ୍ୟଧିକ ବିକଳ୍ପ ବେଳେ ବେଳେ ଅନିଶ୍ଚିତତା ସୃଷ୍ଟି କରିଥାଏ। ନିଜ ଘର ପାଇଁ ରଙ୍ଗକୁ କଳ୍ପନା କରିବା, ବ୍ୟକ୍ତିଗତ ପରାମର୍ଶ ଅନୁସନ୍ଧାନ କରିବା ଓ ବିଶ୍ୱାସର ସହ ନିଷ୍ପତି ନେବାରେ ଗ୍ରାହକମାନଙ୍କୁ ସହାୟତା କରି ଏହି ଅନିଶ୍ଚିତତା ହ୍ରାସ କରିବାକୁ ଆମର ଏଆଇ ପ୍ରଥମ ପେଂଟ ଭିଜୁଆଲାଇଜର ପ୍ରସ୍ତୁତ କରାଯାଇଛି। ଏଆଇ ଆଧାରିତ ଇଂଟେଲିଜେନ୍ସ ଜରିଆରେ ଆମେ ରଙ୍ଗ ଚୟନ କାର୍ଯ୍ୟକୁ ସରଳ, ଅଧିକ ଯୋଡ଼ିହେବା ଏବଂ ବିଶ୍ୱାସ ଆଧାରିତ କରିବାକୁ ଚାହୁଛୁ ଏବଂ ଚୂଡ଼ାନ୍ତ ପସନ୍ଦରରେ ବ୍ୟକ୍ତିଗତ ସ୍ୱାଦ, ଆବେଗ ଓ ଅଭିଳାଷର ପ୍ରତିଫଳନ ଦେଖିବାକୁ ଚାହୁଛୁ।”

