ରାଜ୍ୟ

କାରକୁ ବାଇକ୍ ଫାଇନ୍

କାରକୁ ବାଇକ୍ ଫାଇନ୍ । ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ । ଭଦ୍ରକ ଆରଡି ଛକ ନିକଟରେ ଥିବା କ୍ଷୀତିଶ ସାମନ୍ତ ବେହେରାଙ୍କ ନିକଟକୁ ଚାଲାଣ ଆସିଛି । କାର୍ ନମ୍ବରରେ ବାଇକର ଫାଇନ୍ ଆସିଛି । ବାଇକ୍ ଚଲାଇବାବେଳେ ଫୋନରେ କଥା ହେବା ପାଇଁ ୫ ହଜାର ଟଙ୍କାର ଫାଇନ୍ କଟିଛି ।

ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକ ସହର ଆରଡ଼ି ଛକ ବାସିନ୍ଦା କ୍ଷିତୀଶ ସାମନ୍ତ ବେହେରାଙ୍କ ମୋବାଇଲକୁ ନୟାଗଡ଼ ପୋଲିସ ଲାଇନ ଲେନରୁ ପରିବହନ ବିଭାଗ ତରଫରୁ ୫ହଜାର ଟଙ୍କାର ଫାଇନ ମେସେଜ ଆସିଥିଲା । ଏହା ପରେ ଅନଲାଇନ୍ ରେ ନୋଟିସ ପାଇଥିଲେ । OD02 CA 1742 ନମ୍ବରର ବାଇକ ଚଳାଉଥିବା ବେଳେ ଫୋନରେ କଥା ହେବା ପାଇଁ ପରିବହନ ବିଭାଗର ଫାଇନ୍ ନୋଟିସ୍ ଆସିଥିଲା ।

ତେବେ ଏହି ଚାଲାଣ କ୍ଷିତୀଶଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି। ସଂପୃକ୍ତ ଗାଡି ନମ୍ବର କାର ର । ଏଣେ କାର ଟି ଭଦ୍ରକରେ ଥିବା ସେ ସିସିଟିଭି ଫୁଟେଜରେ ଦେଖାଇଛନ୍ତି। କାରଟି ଭଦ୍ରକରେ ଥିବା ବେଳେ ନୟାଗଡ଼ ଆରଟିଓ କିପରି ସଂପୃକ୍ତ ନମ୍ବରରେ ବାଇକର ଚାଲାଣ ପଠାଇଲେ, ତାକୁ ନେଇ ପ୍ରଶ୍ନ ଉଠିଛି ।

 

Share

Leave a Reply

Your email address will not be published. Required fields are marked *

five × 1 =