ଆପୋଲୋ ହସ୍ପିଟାଲ୍‌ସ ପକ୍ଷରୁ ଡାକ୍ତରମାନଙ୍କ ପାଇଁ କ୍ଲିନିକାଲ୍ ଇଟେଂଲିଜେନ୍ସ ଇଞ୍ଜିନର ଶୁଭାରମ୍ଭ

ଭୁବନେଶ୍ୱର: ଏସିଆର ସର୍ବବୃହତ ଓ ସବୁଠୁ ବିଶ୍ୱାସଯୋଗ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଆପୋଲୋ ହସ୍ପିଟାଲ୍‌ସ ପକ୍ଷରୁ ଆପୋଲୋ ୨୪/୭ ପ୍ଲାଟଫର୍ମରେ ସବୁ ଭାରତୀୟ ଡାକ୍ତରମାନଙ୍କ ବ୍ୟବହାର ଲାଗି ଏକ କ୍ଲିନିକାଲ୍ ନିଷ୍ପତି ସହାୟତା ଟୁଲ୍‌ସ ଆପୋଲୋ କ୍ଲିନିକାଲ୍ ଇଟେଂଲିଜେନ୍ସ ଇଞ୍ଜିନର ଶୁଭାରମ୍ଭ କରାଯାଇଛି । ଏଆଇ ଓ ଏମ୍‌ଏଲ୍ ଭଳି ସଦ୍ୟତମ ପ୍ରଯୁକ୍ତିକୁ ବ୍ୟବହାର କରି ଏହାକୁ ବିକାଶ କରାଯାଇଛି ଯାହା ନିଦାନରେ ସଠିକତା, ଡାକ୍ତର ଉତ୍ପାଦକତା ଓ ରୋଗୀ ସନ୍ତୁଷ୍ଟିରେ ଉଲ୍ଲେଖନୀୟ ଉନ୍ନତି ଆଣି ଭାରତୀୟ ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତନ ଆଣିବାକୁ ପ୍ରସ୍ତୁତ ରହିଛି ।
କ୍ଲିନିକାଲ୍ ଇଟେଂଲିଜେନ୍ସ ଇଞ୍ଜିନ ବ୍ୟାପକ ଡାଟାକୁ ଅନୁଶୀଳନ କରି ଏକ ଧାରା ଚିହ୍ନଟ କରିବ ଯାହା ଏମିତିରେ ସହଜରେ ଜଣାପଡ଼େନାହିଁ । ଏହି ଇଟେଂଲିଜେନ୍ସ ଇଂଜିନ୍‌ରେ୧୩୦୦ରୁ ଅଧିକ ସ୍ଥିତି ଓ ୮୦୦ ଲକ୍ଷଣ ରହିଛି ଯାହା ଦୈନନ୍ଦୀନ ଓପିଡିର ୯୫% ମାମଲା ସହ ପ୍ରାୟ ସମାନ । ଆପୋଲୋ ହସ୍ପିଟାଲ୍‌ର ୪୦ ବର୍ଷର ତଥ୍ୟକୁ ନେଇ ୧୦୦ରୁ ଅଧିକ ଇଞ୍ଜିନିୟର ଏହାର ବିକାଶ କରିଛନ୍ତି ଯେଉଁଥିରେ ୧୦୦୦ରୁ ଅଧିକ ଡାକ୍ତରଙ୍କ ସାମଗ୍ରିକ ବୁଦ୍ଧିମତାକୁ ମଧ୍ୟ ବ୍ୟବହାର କରାଯାଇଛି । ଏହା ହେଉଛି ବିଶ୍ୱର ସର୍ବବୃହତ ସଂଯୋଗୀକୃତ ସ୍ୱାସ୍ଥ୍ୟ ସେବା ଡାଟା ଲେକ୍ ଯାହାକୁ ବିଶ୍ୱର ବହୁ ନାମୀଦାମୀ ଅନୁଷ୍ଠାନ ମାନ୍ୟତା ପ୍ରଦାନ କରିଛନ୍ତି ।
ଏ ସମ୍ପର୍କରେ ଆପୋଲୋ ହସ୍ପିଟାଲ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ପ୍ରତାପ ସି ରେଡ୍ଡି କହିଛନ୍ତି ଯେ, “ମୁଁ ୯୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଅତ୍ୟନ୍ତ କୃତଜ୍ଞ ଯେ ମୁଁ ଏସିଆର ସର୍ବବୃହତ ଓମନିଚ୍ୟାନେଲ୍ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ କରିବାର ସୁଯୋଗ ପାଇଥିଲି । ମାତ୍ର ମୋର ଅଭିଳାଷ ଥିଲା ଭରତକୁ ବାସ୍ତରେ ଏକ ସୁସ୍ଥକର ଦେଶରେ ପରିଣତ କରିବା ଯେତେବେଳେ ଏହା ଡାଇବେଟିସ, ହୃଦରୋଗ ଏବଂ କ୍ୟାନସର ଭଳି ଅଣ-ସଂକ୍ରାମକ ରୋଗର ସୁନାମିକୁ ସାମ୍ନା କରୁଛି । ମୁଁ ଜାଣିଛି ଯେ ଏହା ଏକ ବଡ଼ ଉପଲବ୍ଧି ଯାହା ଆମେ ଜାଣିଥିବା ସ୍ୱାସ୍ଥ୍ୟ ସେବାରେ ବିପ୍ଳବ ଆଣିବ । ସିଆଇଇ କେବଳ ଆପୋଲୋ ଭିତରେ ସୀମିତ ରହିବ ନାହିଁ, ଏହାକୁ ଭାରତର ସମଗ୍ର ଡାକ୍ତରଙ୍କ ପାଇଁ ଉପଲବ୍ଧ କରାଯିବ । ତେଣୁ ମୁଁ ଖୁସିର ସହ ଆପୋଲୋ ସିଆଇଇକୁ ଭାରତର ପ୍ରତି ଯୋଗ୍ୟ ଏବଂ ପ୍ରସ୍ତୁତି ଚଳାଇଥିବା ଡାକ୍ତରଙ୍କୁ ପ୍ରଦାନ କରୁଛି ଏବଂ ମୁଁ ନିଶ୍ଚିତ ଯେ ମିଳିତ ଭାବେ ଆମେ ଭାରତକୁ ସଠିକ ସମୟରେ ସୁସ୍ଥକର କରିପାରିବେ ଏବଂ ଭୌଗୋଳିକ, ଆଚଂଳିକ ଓ ଆୟ ବୈଷମ୍ୟ ଭିନ୍ନ ନିଦାନ ସ୍ୱାଧୀନତାରେ ଅଧିକ ସଠିକତା ଆଣିପାରିବା ।’’
ଆପୋଲୋ ହସ୍ପିଟାଲ୍‌ସ ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦେଶିକା ସଙ୍ଗୀତା ରେଡ୍ଡି କହିଛନ୍ତି ଯେ, “କିଛି ମାସ ପୂର୍ବେ ଯେତେବେଳେ ଓପିିଡିରେ ଆମେ ସିଆଇଇ ଜରିଆରେ ଆପୋଲୋ ଡାକ୍ତରମାନଙ୍କୁ ସଶକ୍ତ କରିଥିଲୁ ନିଦାନ ସଠିକତା, ଡାକ୍ତର ଉତ୍ପାଦକତା ଓ ରୋଗୀ ସନ୍ତୁଷ୍ଟିରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବା ଜାଣିବାକୁ ପାଇଥିଲୁ । ବର୍ତମାନ ଆପୋଲୋର ୪୦୦୦ରୁ ଅଧିକ ଡାକ୍ତର ଏହାକୁ ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କ ନିଦାନ ଫଳାଫଳରେ ତାହାର ଉଲ୍ଲେଖନୀୟ ପ୍ରଭାବ ଦେଖିବାକୁ ମିଳିଛି । ଏହା ସେମାନଙ୍କ ନିୟମିତ ଓପିଡି କାର୍ଯ୍ୟର ଏକ ଅଂଶରେ ପରିଣତ ହୋଇଛି । ରୋଗୀ ଓ ଡାକ୍ତରଙ୍କ ସ୍ୱାସ୍ଥ୍ୟ ସେବା ଅନୁଭୂତିରେ ଉନ୍ନତି ଆଣିବା ଲାଗି ପ୍ରଯୁକ୍ତିକୁ ବ୍ୟବହାର କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ଏବଂ ସେହି ପ୍ରତିବଦ୍ଧତାର ଏକ ପ୍ରତିଫଳନ ହେଉଛି ଆପୋଲୋ ସିଆଇଇ ।’’

Share

Leave a Reply

Your email address will not be published. Required fields are marked *

5 − 4 =