ଆଇଏଏସ ଅଫିସରଙ୍କ ପିସି ଏଜେଣ୍ଟ ଥିଲେ ୟେସ ବ୍ୟାଙ୍କ ଅଧିକାରୀ

ଭୁବନେଶ୍ୱର () ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେବା ପରେ ଅନେକ ଅସମାହିତ ପ୍ରଶ୍ନ ଉଠିଛି। ସେ କାହାଠୁ ଓ କାହିଁକି ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ତାଙ୍କୁ କେମିତି ଜାଲ ବିଛାଇ ଟ୍ରାପ କରିଥିଲା । ବିଜୟ ଉପାଧ୍ୟାୟ ଓ ଗିରଫ ହୋଇଥିବା ୟେସ ବ୍ୟାଙ୍କ ଲୋକ ସମ୍ପର୍କ ମ୍ୟାନେଜର ସନ୍ତୋଷ କୁମାର ପଟ୍ଟନାୟକଙ୍କ ମଧ୍ୟରେ କି ସମ୍ପର୍କ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ବିଜୟ କେତନଙ୍କ ଚାନ୍ଦା କଲେକ୍ସନ ଏଜେଣ୍ଟ ଥିଲେ ସନ୍ତୋଷ । 50 ଲକ୍ଷ ଟଙ୍କାର ଏକ ବିଲ ପାସ କରିବାକୁ ଏକ କମ୍ପାନୀ ଏଜେଣ୍ଟକୁ ଲକ୍ଷେ ଟଙ୍କା ଦାବି କରିଥିଲେ ବିଜୟ । ରାଜ୍ୟ ଭିଜିଲାନ୍ସ ଏହାର ସୁରାକ ପାଇଁ ଜାଲ ବିଛାଇଥିଲା ।

ପ୍ରଧାନମନ୍ତ୍ରୀ କୃଷି ଶିଚାଇ ଯୋଜନାରେ ଚାଷୀଙ୍କୁ ଶିଞ୍ଚନ ଯନ୍ତ୍ର ଯୋଗାଇଦେବାକୁ ରାଜ୍ୟ ସରକାର କିଛି ସଂସ୍ଥା ଅନୁବନ୍ଧିତ କରିଛନ୍ତି। ସେ ମଧ୍ୟରୁ ଏସଆରଏମ ପ୍ଲାଷ୍ଟୋକେମ ଅନ୍ୟତମ । କମ୍ପାନୀ ଚାଷୀଙ୍କୁ ଶିଞ୍ଚନ ଯନ୍ତ୍ର ଦେବା ପରେ ସଂପୃକ୍ତ ଜିଲ୍ଲାର ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କ୍ଷେତ୍ର ପରିଦର୍ଶନ କରି ବିଲ ପ୍ରସ୍ତୁତ କରନ୍ତି । ଏହି ବିଲ ନିର୍ଦ୍ଦେଶକଙ୍କଠାରୁ ଚୂଡାନ୍ତ ଅନୁମୋଦନ ପାଇବା ପରେ ଟଙ୍କା ପ୍ରଦାନ କରାଯାଇଥାଏ । ଏସଆରଏମ କମ୍ପାନୀର 50ଲକ୍ଷ ଟଙ୍କାର ବିଲକୁ ମଞ୍ଜୁରୀ ଦେବାକୁ ବିଜୟ 1 ଲକ୍ଷ ଟଙ୍କା ପିସି ଦାବି କରିଥିଲେ । ତଦନୁଯାୟୀ କମ୍ପାନୀ ଏଜେଣ୍ଟ ଆଜି 1 ଲକ୍ଷ ଟଙ୍କା ବ୍ୟାଙ୍କର ବାପୁଜି ନଗର ଶାଖା ତଳେ ସନ୍ତୋଷଙ୍କୁ ଦେଇଥିଲେ । ସେହିସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଥିଲ ।

ଟଙ୍କା ଜବତ ପରେ ବିଜୟ ଓ ସନ୍ତୋଷ ଏବଂ ତାଙ୍କ ନିକଟତମ ସମ୍ପର୍କୀୟଙ୍କ ଘର ଉପରେ ସମାନ୍ତରାଳ ଭାବେ 11ଟି ସ୍ଥାନ ଚଢାଉ ହୋଇଥିଲା । ତଦନ୍ତରୁ ଜଣାପଡିଛି ଯେ, ବିଜୟ ଏହି ବ୍ୟାଙ୍କ ଅଧିକାରୀଙ୍କ ଜରିଆରେ ହିଁ ପିସି ଆଦାୟ କରୁଥିଲେ । ଆଉ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀ ବିଭିନ୍ନ ଜାଲ ଆକାଉଣ୍ଟରେ ଟଙ୍କା ଜମାକରୀ ବିଜୟଙ୍କ ଦେଉଥିଲେ ।

Share

Leave a Reply

Your email address will not be published. Required fields are marked *

three × one =