VSSUT ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ

ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ) ଛାତ୍ର ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଗତକାଲି ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ ଚିନ୍ମୟୀ । ମାତ୍ର ପରବର୍ତ୍ତୀ ସମୟରେ ରାତିରେ ସେ ପାୱାର ଚାନେଲ ବ୍ରିଜରୁ ଡେଇଁ ପଡ଼ିଥିବା କୁହାଯାଇଥିଲା । ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ତେବେ ଚିନ୍ମୟୀଙ୍କ ମୃତଦେହ ମିଳିବା ପରେ ଏକାଧିକ ରହସ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ଭୁବନେଶ୍ୱରର କୀର୍ତ୍ତିମାନ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଚିନ୍ମୟୀ ଭୁବନେଶ୍ୱରରେ ଚାକିରି କରୁଥିବା ବେଳେ ତାଙ୍କ ଭଡ଼ା ଘରକୁ ତାଙ୍କ ସହପାଠୀ କୀର୍ତ୍ତିମାନ ଯିବାଆସିବା କରନ୍ତି ବୋଲି ଚିନ୍ମୟୀଙ୍କ ଭଉଣୀ କହିଛନ୍ତି । ତାଙ୍କ ଭଉଣୀଙ୍କ ବେକରେ ଚେନ୍ ନାହିଁ, ତଣ୍ଟିରେ ଦାଗ ରହିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ସେହିପରି ତାଙ୍କ ଝିଅ ମାନସିକ ଭାବେ ବହୁତ ମଜବୁତ ଥିଲେ । ସେ କେବେ ବି ଭୀରୁଙ୍କ ଭଳି ଆତ୍ମହତ୍ୟା କରିପାରିବନି । ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ତାଙ୍କ ଝିଅର ମୃତ୍ୟୁ ପଛରେ ଜଣେ ଯୁବକ ଓ ଅନ୍ୟ ଯୁବକଙ୍କ ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଚିନ୍ମୟୀ ମାନସିକ ଅବସାଦରେ ରହିଥିବା ତାଙ୍କର ଜଣେ ସହପାଠୀ କହିଛନ୍ତି । ଯଦି ଏହା ସତ, ତେବେ ଏହା ପଛର କାରଣ କ’ଣ? ।

Share

Leave a Reply

Your email address will not be published. Required fields are marked *

four × five =