ଲାଞ୍ଚ ନେଉଥବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକ, କ୍ଷୀରୋଦ ଚନ୍ଦ୍ର ନାୟକ ନାମକ ଜଣେ ଶିକ୍ଷକଙ୍କଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏ ନେଇ ଭିଜିଲାନ୍ସ ପାଖରେ ପୂର୍ବ ସୂଚନା ଥିଲା । ବିଇଓଙ୍କ ପାରଳାଖେମୁଣ୍ଡି ବାସଭବନ ଓ ନୂଆଗଡ କାର୍ୟ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସ ବିଭାଗର ୨ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 1 =