ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସେପ୍ଟମ୍ବର ୫ ସୁଦ୍ଧା ଟୀକାକରଣ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ଟୀକାକରଣ । ଏହାସହିତ ସେପ୍ଟମ୍ବର ମାସ ୫ ତାରିଖ ସୁଧା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଟୀକାକରଣ କରିବା ନେଇ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଛି । ଏହି ଟୀକାକରଣରେ ଉଭୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାର୍ୟ୍ୟ କରିବେ । ହେଲେ ଏପର୍ୟ୍ୟନ୍ତ ଶିକ୍ଷକଙ୍କ ମଧ୍ୟରୁ କେତେ ଜଣ ଟୀକା ନେଇଛନ୍ତି ଏବଂ ଆଉ କେତେ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଟୀକା ନେବାକୁ ରହିଛନ୍ତି ତାର ତାଲିକ ପ୍ରସ୍ତୁତ କରାଯିବ । ୟୁ ଡାଇସ ଆପ ଏହାର ତାଲିକ ପ୍ରସ୍ତୁତ କରିବ । ଆବଶ୍ୟକ ପଡିଲେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପସ୍କୁଲ ମାନଙ୍କରେ ମଧ୍ୟ ଟୀକାକରଣ କେନ୍ଦ୍ର ଖୋଲାଯିବ ।
ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଟୀକାକରଣ ନିମନ୍ତେ କେନ୍ଦ୍ରରୁ ୧୧ ଲକ୍ଷ ଟୀକା ଆସିଛି । ଚଳିତ ମାସରେ ଆଉ ୬୦ ଲକ୍ଷ ଟୀକା ରାଜ୍ୟକୁ ପ୍ରଦାନ କରିବ କେନ୍ଦ୍ର । ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରିଙ୍କ ସହ ଯୋଗାଯୋଗ କରି ଟୀକାକରଣ କାର୍ୟ୍ୟ କରାଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 8 =