ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ରେ ହେବ ଭୋଟ ଗଣତି । କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ହେବ ଭୋଟ ଗ୍ରହଣ । କରୋନା କାରଣରୁ ସ୍ଥ୍ଗିତ ରହିଥିଲା ଉପନିର୍ବାଚନ । ପିପିଲି ସହ ପଶ୍ଚିମବଙ୍ଗର ୩ଟି ସ୍ଥାନରେ ହେବ ଉପନିର୍ବାଚନ ।

ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହାପରେ ମେ ୧୬ ତାରିଖରେ ସେଠାରେ ଉପନିର୍ବାଚନ କରାଯିବା ନିମନ୍ତେ ଘୋଷଣା ହୋଇଥିଲା। ହେଲେ  ରାଜ୍ୟରେ କୋଭିଡ୍‌ ଲକ୍‌ଡାଉନ୍ କାରଣରୁ ଭାରତୀୟ ନିର୍ବାଚନ କମିଶନ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଥିଲେ ଭାରତୀୟ ନିର୍ବାଚନ କମିଶନ।

Share

Leave a Reply

Your email address will not be published. Required fields are marked *

twelve + one =