ମିଳିତ ଜାତିସଂଘକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର()  ମିଳିତ ଜାତିସଂଘ, ୱାର୍ଲ୍ଡ ବ୍ୟାଙ୍କ୍, ଏସିଆନ୍ ଡେଭେଲପ୍ମେଂଟ ବ୍ୟାଙ୍କର କର୍ମକର୍ତାମାନେ ଫୋନିର ପରବର୍ତୀ ସ୍ଥିତି ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ୱରେ ଏହି ବୈଠକ ହୋଇଥିଲା ।

ଏହି ଅବସରରେ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ବିପର୍ୟ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କେନ୍ଦ୍ର ଗଠନ ପାଇଁ ଜାତିସଂଘ ନିକଟରେ ପ୍ରସ୍ତାବ ରଖିଛନ୍ତି ନବୀନ । ଏପରି ହେଲେ ଅନ୍ତର୍ଜାତୀୟ ସ୍ତରର ବିପର୍ୟ୍ୟୟର ମୁକାବିଲା କରିପାରିବ ଓଡ଼ିଶା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିପର୍ୟ୍ୟୟ ପ୍ରତିରୋଧକ ବିଦ୍ୟୁତ୍ ଭିତ୍ତିଭୂମି, ବିପର୍ୟ୍ୟୟ ପ୍ରତିରୋଧୀ ଯୋଗାଯୋଗ ନେଟୱାର୍କ ବ୍ୟବସ୍ଥାର ବିକାଶ ଓ ଜୀବିକାର ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରଚଳିତ କାର୍ୟ୍ୟକ୍ରମକୁ ସଂଶୋଧନ କରି ସେଥିମଧ୍ୟରୁ ଓଡ଼ିଶାରେ କିଛି କାର୍ୟ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମିଳିତ ଜାତିସଂଘ ପ୍ରତିନିଧିମାନଙ୍କ ସହଯୋଗ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ।

ବିଶ୍ବବ୍ୟାଙ୍କର ପ୍ରୋଗ୍ରାମ୍ ଲିଡର ଜର୍ଜ କୋର୍ସ କହିଛନ୍ତି ଯେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଆଲୋଚନା ହୋଇଛି। ଆସନ୍ତା ସପ୍ତାହରେ ବିଶ୍ବବ୍ୟାଙ୍କ ତରଫରୁ କି ପ୍ରକଳ୍ପ କରିହେବ ସେ ନେଇ ପଦକ୍ଷେପ ନିଆଯିବ। ସେହିପରି ବ୍ୟାଙ୍କର ସହାୟତା ସଂପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି କହିଥିଲେ ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର କେନି ଚି ୟୋକୋୟାମା।

Share

Leave a Reply

Your email address will not be published. Required fields are marked *

four + 11 =