ନିର୍ବାଚନ କମିଶନଙ୍କୁ ଭେଟିଲେ ନବୀନ

ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ । ନିର୍ବାଚନ କମିଶନଙ୍କୁ ଭେଟିବା ପରେ ନବୀନ କହିଛନ୍ତି କି, ବାତ୍ୟା ‘ଫୋନି’ ଓଡ଼ିଶା ମୁହାଁ ହୋଇଛି । ବାତ୍ୟା ‘ଫୋନି’ରେ କେନ୍ଦ୍ରାପଡ଼ା ଜିଲ୍ଲା ବେଶ୍ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କଲି । ଏବଂ ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି ।”

ଅନ୍ୟପଟେ ଆସନ୍ତା ୧୯ ତାରିଖରେ ପାଟକୁରାରେ ଭୋଟ୍ ପଡ଼ିବ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ । କିନ୍ତୁ ସମ୍ଭାବ୍ୟ ବାତ୍ୟା ‘ଫୋନି’ ରାଜ୍ୟର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଜିଲ୍ଲାକୁ ବେଶି ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

two + seventeen =