କୋଣାର୍କ ପାଇଁ ନବୀନଙ୍କ ଉଦବେଗ

ଭୁବନେଶ୍ବର () କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋର୍ଣାକ ମନ୍ଦିରରେ ବାରମ୍ବାର ପାଣି ଜମିବା ପରେ ଏହାର ସ୍ଥାୟୀ ସମାଧାନ ଏଏସଆଇ ଦ୍ବାରା କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଛନ୍ତି ନବୀନ । ପ୍ରବଳ ବର୍ଷାରେ କୋଣାର୍କ ମନ୍ଦିରରେ ପାଣି ଜମିଯିବା ପରେ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ବଡ କଥା ହେଲା ଡ୍ରେନେଜ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ଏଭଳି ସ୍ଥିତି ଉପୁଜୁଛି । ଯେଉଁ କୋଣାର୍କ ମନ୍ଦିରକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସନ୍ତି ସେଠି ଜଳବନ୍ଦୀ ହେବାର ଚିତ୍ର ପର୍ଯ୍ୟଟକଙ୍କୁ ବେଶ ହନ୍ତସନ୍ତ କରିଛି ।

ତେଣୁ ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିରରେ କେମିତି ପାଣି ଜମିବ ନାହିଁ ଓ ବନ୍ୟାର ଭ୍ରମ ତିଆରି କଳା ଭଳି ଦୃଶ୍ୟକୁ ଦୂର କରିହେବ ତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଏସଆଇର ଅନୁମତି ସହ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଛନ୍ତି । ଏହାସହ କେମିତି ଡ୍ରେନେଜ ବ୍ୟବସ୍ଥା ଦ୍ବାରା ପର୍ଯ୍ୟଟକଙ୍କ ସମସ୍ୟାକୁ ଦୂର କରାଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ନବୀନ । ଏହାସହ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ବି ପ୍ରଦାନ କରିଚନ୍ତି ରାଜ୍ୟ ସରକାର । ଯାହାକି ଡ୍ରେନେଜ ବ୍ୟବସ୍ଥା ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ସହଯୋଗ କରିପାରିବ ।

Share

Leave a Reply

Your email address will not be published. Required fields are marked *

14 − eleven =