କରୋନା ସଂକ୍ରମଣ ବର୍ତ୍ତମାନ ଶୀର୍ଷ ସ୍ଥାନରେ

ଭୁବନେଶ୍ୱର() କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ଗତ ୨ମାସରୁ ଅଧିକ ସମୟ ହେବ ଆମେ ତାଲାବନ୍ଦରେ ରହିଆସିଛେ । କରୋନା ଲଢ଼େଇ ଆମ ପାଇଁ ଲମ୍ବା ଲଢ଼େଇ । କରୋନାର ପ୍ରତିଶେଧକ ଏପର୍ଯ୍ୟନ୍ତ ଆସିନ ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ଆଗକୁ ମୌସୁମୀ ଆସୁଛି ତେଣୁ ଆମକୁ ଅଧିକ ସତର୍କ ରହିବାକୁ ହେବ । ତାଲାବନ୍ଦ କୋହଳ ହେଲା କିନ୍ତୁ କରୋନା ଯାଇନି । ଜୁନ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ୫ଲକ୍ଷ ଓଡ଼ିଆ ଭାଇ ଭଉଣୀ ଘରକୁ ଫେରୁଛନ୍ତି । ସେମାନେ ଫେରିବା ଦ୍ୱାରା ପଡ଼ିବାକୁ ଥିବା ପ୍ରଭାବ ୧୫ରୁ ୨୦ ଦିନରେ କମିଯିବ ।

ମୌସୁମୀ ଆସିଲେ ଥଣ୍ଡା, କାଶ, ଜ୍ୱର ଦେଖାଦେଇପାରେ ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଆସନ୍ତା ୨୫ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣ ବର୍ତ୍ତମାନ ଶୀର୍ଷ ସ୍ଥାନରେ ଅଛି । ଦେଶରେ ବଢ଼ୁଥିବା ସଂକ୍ରମଣ ଆମ ପାଇଁ ବଡ଼ ଆହ୍ୱାନ । ତେଣୁ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜୁନ ମାସ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ମାସରେ ୮ଦିନ ଅର୍ଥାତ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡ଼ାଉନ ରହିବ ।

Share

Leave a Reply

Your email address will not be published. Required fields are marked *

7 − three =