ବସ୍‌ ପାଠଶାଳା ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ‘ମୋ ବସ୍‌’କୁ ଦୁଇ ବର୍ଷ ପୂରିଛି । ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍‌ ପାଠଶାଳା ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଯାତ୍ରୀଙ୍କୁ ଡିଜିଟାଲ ପେମେଣ୍ଟ ସୁବିଧା ଦେବାକୁ ଆଜିଠୁ କ୍ରୁଟ୍‌ ଟ୍ୟାପ୍‌ ଆଣ୍ଡ ପେ ସ୍ମାର୍ଟ କାର୍ଡ ଆରମ୍ଭ କରାଯାଇଛି । କ୍ୟାପିଟାଲ ରିଜିଅନ ଅରବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକରେ ୫ମାସିଆ ଭର୍ଚୁଆଲ୍‌ ପ୍ରଶିକ୍ଷଣ ପ୍ୟାକେଜ୍‌ ରହିଛି ।

ପ୍ରଥମ ଦିନରେ କ୍ରୁଟ୍‌ ଏବଂ ଓଏସ୍‌ଆରଟିସିର ୧୨୦୦ରୁ ଅଧିକ କର୍ମଚାରୀଙ୍କୁ ଦକ୍ଷତା ଓ ବୈଷୟିକ ତାଲିମ ଦିଆଯାଇଛି। ଏହି ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ମହାମାରୀ ସତ୍ତେ୍ୱ ମୋ ବସ୍‌ ତାର ଅଭିବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛି । ମହାମାରୀ ସମୟରେ ଲୋକଙ୍କୁ ସେବା ଯୋଗାଇ ଅନେକ କିଛି ଶିଖିଛୁ । ଲୋକେ କୋଭିଡ୍‌ ନିୟମ ମାନି ଯାତ୍ରୀ କରିବାକୁ କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × two =