ଏଣିକି ମାଟ୍ରିକ ପ୍ରଶ୍ନପତ୍ରର ଫଟୋ ଉଠିଲେ ଜାଣିପାରିବେ ଆଡମିନ

ଭୁବନେଶ୍ୱର () ଫେବ୍ରୁଆରୀରେ ହେବ ମାଟ୍ରିକ ପରୀକ୍ଷା । ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । କେବଳ ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋର୍ଡ ।

ସେପଟେ ଅନ୍ୟ ସୂଚନାରୁ ଜଣାପଡିଛି ଏଥର କପି ରୋକିବାକୁ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ ରହିବା ଏହି ସିକ୍ୟୁରିଟି କୋଡକୁ ଖାଲି ଆଖିରେ କେହି ଦେଖିପାରିବେ ନାହିଁ । କିନ୍ତୁ ଏହାର କେହି ଫଟୋ ଉଠାଇଲେ ସିକ୍ୟୁରିଟି କୋଡ ଆଡମିନ ଜାଣିପାରିବ । ଏଥିସହ ସମସ୍ତ ପରୀକ୍ଷା ପ୍ରଶ୍ନ ପତ୍ରକୁ ଡିଜିଟାଲ ଲକ କରାଯିବ ବୋଲି ଜଣାପଡିଛି । ଅର୍ଥାତ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କେହି ପରୀକ୍ଷା ପ୍ରଶ୍ନ ପତ୍ର ଖୋଲିପାରିବେ ନାହିଁ ।

ସେହିଭଳି ଚଳିତବର୍ଷ ନୂତନ ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ପାଇଁ ନକ୍ସା ତିଆରି ଚାଲିଛି। କପି ରୋକିବାକୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା କରିବାକୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ ।

Share

Leave a Reply

Your email address will not be published. Required fields are marked *

9 − 6 =