ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ଯାତ୍ରା

ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମହିମା ମାଘ ମେଳା । ଦେଶର କୋଣ ଅନୁକୋଣରୁ ମହିମା ସାଧୁମାନଙ୍କ ସମାଗମ ହୋଇଛି । କୋଭିଡ୍ କଟକଣା ଲାଗୁ ହୋଇଥବାରୁ କେବଳ ମହିମା ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀଙ୍କୁ ମନ୍ଦିର ଅନୁପ୍ରବେଶ ଲାଗି ଅନୁମତି ରହିଛି । ୨ଟି ଡୋଜ୍ ନେଇଥିବା ପ୍ରମାଣ ବାଧ୍ୟତାମୂଳକ କରାଯାଇଛି । ଟିକା ନେଇନଥିବା ଭକ୍ତ ବା ବାବାଙ୍କ ଲାଗି ସ୍ବତନ୍ତ୍ର କୋଭିଡ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି । କୌଣସି ବାହାର ଅଞ୍ଚଳର ଉଠା ଦୋକାନୀ ତଥା ବ୍ୟବସାୟୀଙ୍କୁ ବାରଣ ରହିଛି । ଅପରାହ୍ନ ୫ଟାରୁ ୧୦୮ ପିତଳ ଝାଡବତୀ ପ୍ରଜଳନ କରାଯିବ । ଶାନ୍ତିଶୃଙ୍ଖଳା ଲାଗି ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୩ ଦିନ ପର୍ଯ୍ୟନ୍ତ ଯୋରନ୍ଦା ମେଳା ଚାଲିବା ଲାଗି ପ୍ରଶାସନ ଅନୁମତି ରହିଛି । ସେହିପରି ଏହି ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × 4 =