ଭାଲେଣ୍ଟାଇନ୍ ଡେ, ପ୍ରେମୀଯୁଗଳଙ୍କ ପାଇଁ ଦିନଟିଏ

ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ସେଂଟ ଭାଲେଣ୍ଟାଇନଙ୍କୁ ମନେ ପକାଇବା ପାଇଁ ଆଜି ପରି ଦିନ ଟିଏ, ଭଲ ପାଇବାର ଦିନଟିଏ ।
ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ । ଦୋକାନ ବଜାରରେ ବିକ୍ରି ଚାଲିଛି ଉପହାର ଆଉ ଗୋଲାପ ଫୁଲ । ସେପଟେ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ଆଉ ବଜରଙ୍ଗ ଦଳ ଏହାକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ବିରୋଧ ପାଇଁ ସଜବାଜ ହେଉଛି ।
ଭଲ ପାଇବା ପାଇଁ, ପ୍ରେମର ପରିଭାଷା ପରିପ୍ରକାଶ ପାଇଁ ଗୋଟିଏ ଜୀବନ ବି କମ ପଡିଯାଏ । ଦିନ ଟିଏ ତ କିଛି ନୁହେଁ । ତଥାପି ହସଖୁସି ଭିତରେ ସାଥୀ ସହ ସମୟ ବିତେଇବା ପାଇଁ ଆଜି ଦିନର ପରିକଳ୍ପନା ।

Share

Leave a Reply

Your email address will not be published. Required fields are marked *

7 + eighteen =