ପୁରୀରେ ଜିଲ୍ଲାପାଳ

ପୁରୀ: ତିନି ଦିନିଆ ପୁରୀ ଗସ୍ତରେ ଯାଇଛନ୍ତି ଓଡ଼ିଶାର ମହମହିମ ରାଜ୍ୟପାଳ ଗଣେଷୀ ଲାଲ । ରାଜଭବନର ନବୀକରଣ ଭବନକୁ ରାଜ୍ୟପାଳ ଉଦଘାଟନ କରିଛନ୍ତି ରାଜ୍ୟପାଳ । ଗତ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଅବସରରେ ରାଜ୍ୟପାଳ ରାଜଭଵନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହି ଉପବନକୁ ସେ ତାଙ୍କର ଧର୍ମପତ୍ନୀ ସ୍ବର୍ଗତା ଶୁଶିଳା ଦେବୀଙ୍କ ସ୍ମୃତିରେ ଉତ୍ସଗୀକୃତ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ପ୍ରମୋଦ ମେହେର୍ଦ୍ଦା, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଗୃହ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ ଚନ୍ଦ୍ର ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

two × two =