ରାଜ୍ୟ

ଟାଟା ଷ୍ଟିଲ୍ କଳିଙ୍ଗନଗରରେ ଅଗ୍ନି ନିରାପତ୍ତା ପ୍ରସ୍ତୁତି ମକ୍ ଡ୍ରିଲ୍

କଳିଙ୍ଗନଗର, ଜୁନ୍ ୩୦,୨୦୨୬: ଅଗ୍ନିକାଣ୍ଡର ମୁକାବିଲା ଏବଂ ଏଥିପାଇଁ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଟାଟା ଷ୍ଟିଲ୍ କଳିଙ୍ଗନଗରର କୋଲ୍ଡ ରୋଲିଂ ମିଲ୍‌ଠାରେ ଏକ ପ୍ଳାଣ୍ଟ ସ୍ତରୀୟ ‘ହାଇଡ୍ରୋଜେନ୍ ନିର୍ଗମନ ଏବଂ ହାଇଡ୍ରୋଜେନ୍ ବଫର୍ ଭେସେଲ୍‌ରେ ଅଗ୍ନିକାଣ୍ଡ’ ସଦୃଶ ସ୍ଥିତିକୁ ନେଇ ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି ।

ଓଡ଼ିଶା ସରକାରଙ୍କ କାରଖାନା ଏବଂ ବଏଲର ନିର୍ଦ୍ଦେଶାଳୟ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରୁଥିବା ଦଳ ଏବଂ ସହଯୋଗୀ ଶିଳ୍ପସଂସ୍ଥା ସମେତ ସମସ୍ତ ପ୍ରମୁଖ ଷ୍ଟେକହୋଲଡେରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ।

ଏହି ମକ୍ ଡ୍ରିଲ୍ ରେ ଇଞ୍ଜିନିୟର ଉମେଶ ଚନ୍ଦ୍ର ସୁତାର, କାରଖାନା ଓ ବଏଲର ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ, ଯାଜପୁର ରୋଡ୍ ଡିଭିଜନ, ଇଞ୍ଜିନିୟର ଦେବାଶିଷ ନାୟକ, ସହକାରୀ ନିର୍ଦ୍ଦେଶକ, ଅଶୋକ ବେହେରା, ଯାଜପୁର ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ତାପସ କୁମାର ମନ୍ତ୍ରୀ, ଅଗ୍ନିଶମ ଅଧିକାରୀ, ଯାଜପୁର ରୋଡ୍, ରମେଶ ବେହେରା, ସବ୍-ଇନ୍ସପେକ୍ଟର, କଳିଙ୍ଗନଗର ଥାନା, ଶଙ୍କର ବିଶ୍ୱାସ, ମେକାନିକାଲ୍ ମେଣ୍ଟେନାନ୍ସ ଚିଫ୍, ପଙ୍କଜ ହରିଶ୍ଚନ୍ଦ୍ର ଭୁରେ, ଇଲେକ୍ଟ୍ରିକାଲ୍ ମେଣ୍ଟେନାନ୍ସ ଚିଫ୍, ଟାଟା ଷ୍ଟିଲ୍ କଳିଙ୍ଗନଗରର, କମଳା କାନ୍ତ, ଇଲେକ୍ଟ୍ରିକାଲ୍ ମେଣ୍ଟେନାନ୍ସ (ଷ୍ଟିଲ୍ ଆଣ୍ଡ ମିଲ୍ସ), ମତ୍ସ୍ୟେନ୍ଦ୍ର ନାଥ ଶୁକ୍ଲା, ଚିଫ୍ ମେକାନିକାଲ୍ ମେଣ୍ଟେନାନ୍ସ (ଷ୍ଟିଲ୍ ଆଣ୍ଡ ମିଲ୍ସ) ଚିଫ୍, ରବି ମାରିକ, କର୍ପୋରେଟ୍ ସର୍ଭିସେସ୍ ଚିଫ୍, ପ୍ରବେଶ ନାରଙ୍ଗ, କୋଲ୍ଡ ରୋଲିଂ ମିଲ୍ ଚିଫ୍ ଏବଂ ବିଳାସ ଗାୟକୱାଡ, ଚିଫ୍ ସେଫ୍ଟି, ଓଡ଼ିଶା, ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ଟାଟା ଷ୍ଟିଲ୍ କଳିଙ୍ଗନଗର, ଜିନ୍ଦଲ ଷ୍ଟେନଲେସ୍, ନୀଳାଚଳ ଇସ୍ପାତ ନିଗମ ଏବଂ ଭିସା ଷ୍ଟିଲ୍‌ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ବୃହତ ମକ୍ ଡ୍ରିଲ୍‌ର ଲକ୍ଷ୍ୟ ଥିଲା କୋଲ୍ଡ ରୋଲିଂ ମିଲ୍‌ର ହାଇଡ୍ରୋଜେନ୍ ବଫର୍ ଭେସେଲ୍ ଅଞ୍ଚଳରେ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା କରିବା ପାଇଁ ଦକ୍ଷତା ପରଖିବା । ପ୍ରକୃତରେ ସେଭଳି କୌଣସି ଦୁର୍ଘଟଣା ଘଟିନଥିଲେ ମଧ୍ୟ, ସୁରକ୍ଷା, ଅଗ୍ନିଶମ, ଚିକିତ୍ସା, ସୁରକ୍ଷା (ସିକ୍ୟୁରିଟି) ଏବଂ ଅପରେସନ୍ସ ଭଳି ବିଭିନ୍ନ ଦଳର ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ଏକ କୃତ୍ରିମ ପରିବେଶ ସୃଷ୍ଟି କରାଯାଇଥିଲା। ମକ୍ ଡ୍ରିଲ୍ ସମୟରେ, ସମସ୍ତ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି, ସମ୍ପୃକ୍ତ ଅଞ୍ଚଳରୁ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା, ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇବା ଏବଂ କୃତ୍ରିମ ସଙ୍କଟକୁ ଠିକ୍ ସମୟରେ ନିୟନ୍ତ୍ରଣ କରିବା ସହ ବାସ୍ତବ ସ୍ଥିତିର ସାମ୍ନା କରିବା ପାଇଁ ଅଭିଜ୍ଞତା ହାସଲ କରିଥିଲେ।

Share

Leave a Reply

Your email address will not be published. Required fields are marked *

seventeen + 13 =