ସ୍ତ୍ରୀର ଅନୈତିକ ସମ୍ପର୍କ ସନ୍ଦେହ, ହତ୍ୟା କଲା ସ୍ୱାମୀ

ଢ଼େଙ୍କାନାଳ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସ୍ୱାମୀ । ପରପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ଲୁହାରନରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ଢ଼େଙ୍କାନାଳ ଟାଉନ ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ମୃତ ମହିଳାଙ୍କ ନାଁ ମମତା ବେହେରା । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ସତ୍ୟବ୍ରତ ମହାଳିକ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ସତ୍ୟବ୍ରତ ସେନା କର୍ମଚାରୀ ବୋଲି ଜଣା ପଡ଼ିଛି ।

ସୂଚନାନୁଯାୟୀ, ହାଉସିଂବୋର୍ଡ଼ ଅନ୍ତର୍ଗତ ପଙ୍କଜ ବେହେରା(୬୦)ଙ୍କ ଝିଅ ମମତା ମହାଳିକ(୩୦)ଙ୍କର ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମର ସତ୍ୟବ୍ରତ ମହାଳିକ(୩୪)ଙ୍କ ସହ ଗତ ୧୦ ବର୍ଷ ତଳେ ବିବାହ ହୋଇଥିଲା। ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ। ସତ୍ୟବ୍ରତ ସବୁବେଳେ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ମାରପିଟ୍ କରୁଥିଲେ। ପାରିବାରିକ ଝଗଡ଼ା କାରଣରୁ ଦୁହେଁ କିଛି ଦିନ ହେଲା ଅଲଗା ରହୁଥିଲେ । ମମତା ମହାଳିକ ନିଜ ବାପ ଘରେ ରହୁଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ସମୟରେ ସତ୍ୟବ୍ରତ ନିଜ ଶ୍ୱଶୁର ଘର ହାଉସିଂବୋର୍ଡକୁ ଆସି ଅଚାନକ ମମତାଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସତ୍ୟବ୍ରତ ଏକ ଫ୍ୟାନ ରଡରେ ମମତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମମତାଙ୍କର ମୃତ୍ୟୁ ହୋଇଯାଇଛି।

ଏହି ସମୟରେ ମମତାଙ୍କର ପିତା ବିରୋଧ କରିବାରୁ ସତ୍ୟବ୍ରତ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଫଳରେ ମମତାଙ୍କ ପିତାଙ୍କ ବାମ କାନରେ ଗଭୀର ଆଘାତ ଲାଗିଛି। ତେବେ ମମତାଙ୍କ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସେପଟେ ଏହି ହତ୍ୟାକାଣ୍ଡ ପରେ ସତ୍ୟବ୍ରତ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ତେବେ ସତ୍ୟବ୍ରତ ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣ କରିଥିବା ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା କାରଣରୁ ମମତାଙ୍କ ବାପଘର ଲୋକେ ଢେଙ୍କାନାଳ ସହରରେ ରହୁଥିଲେ ବୋଲି ପ୍ରକାଶ କରିଛନ୍ତି ମମତାଙ୍କ ଭାଇ ।

Share

Leave a Reply

Your email address will not be published. Required fields are marked *

seventeen − nine =