ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଷ୍ଟ୍ରିଟଫୁଡ଼ ଓ ବୁଲିବାର ମଜା

ଭୁବନେଶ୍ୱର () ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଡ଼ଟ ଫେଷ୍ଟ ବା ଭୁବନେଶ୍ୱର ସିଟି ଫେଷ୍ଟିଭାଲର ପ୍ରଥମ ସଂସ୍କରଣ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ଆଜି ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱକପ ସହ ତାଳ ଦେଇ ଆୟୋଜିତ ଏହି ଫେଷ୍ଟିଭାଲର ପ୍ରଥମ ଦିନରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଅଂଶଗ୍ରହଣକାରୀ ଯୋଗଦେଇଥିଲେ । ଏହି ଫେଷ୍ଟିଭାଲକୁ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିଲେ ।

ଭୁବନେଶ୍ୱର ସିଟି ଫେଷ୍ଟିଭାଲ ଉଦଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଦର୍ଶକ ବଲିଉଡର ସୁନାମଧନ୍ୟ ସଙ୍ଗୀତକାର ଯୋଡି ବିଶାଳ ଓ ଶେଖରଙ୍କ ପ୍ରଦର୍ଶନକୁ ଉପଭୋଗ କରିଥିଲେ । ଏହି ଯୋଡ଼ିଙ୍କ ନନ-ଷ୍ଟପ ପ୍ରଦର୍ଶନ ଦର୍ଶକଙ୍କୁ ରୋମାଂଚିତ କରିଥିଲା। ଆୟୋଜନ ସ୍ଥାନକୁ ପହଁଚିଥିବା ପ୍ରଥମ 10ହଜାର ଦର୍ଶକଙ୍କୁ କନସର୍ଟ ପିଟ ଅଂଚଳକୁ ମାଗଣା ପ୍ରବେଶ ସୁବିଧା ପ୍ରଦାନ କରାଯାଇଛି ।

ଏଥିରେ ଖୋଲିଥିବା ଆନ୍ତର୍ଜାତିକ ଷ୍ଟ୍ରିଟଫୁଡ଼ ଫେଷ୍ଟିଭାଲ ମଧ୍ୟ ସମସ୍ତଙ୍କ ପାଇଁ ଖୋଲାଯାଇଛି । ପରିଦର୍ଶନକାରୀ ଓଡିଶା ଓ ଭାରତର ବିଭିନ୍ନ ସ୍ଥାନର ଷ୍ଟ୍ରିଟଫୁଡ଼କୁ ଦେଖି ବେଶ ଉତ୍ସାହିତ ହୋଇଥିଲେ । ଆଜିଠାରୁ ଡ଼ଟଫେଷ୍ଟର ଅଂଶସ୍ୱରୂପ ଟ୍ରେଲରସ ମଧ୍ୟ ଆରମ୍ଭ ହୋଇଛି । ଲୋକମାନେ ଏହା ଜରିଆରେ ଭୁବନେଶ୍ୱରକୁ ବୁଲି ଦେଖିପାରିବେ । ଏଥିରେ ପୂରା ସହର, ନନ୍ଦନକାନନ ଜୀବ ବିଜ୍ଞାନ ପାର୍କ ଓ ପୁରୁଣା ଭୁବନେଶ୍ୱର ଅଂଚଳ । ଆସନ୍ତାକାଲି ଇଂରାଜୀ ସଙ୍ଗୀତ ପ୍ରତିଭା ସୋ – ଦି ଷ୍ଟେଜ 3ର ବିଜେତା ସିଦ୍ଧାନ୍ତ ଶର୍ମା ଆଣ୍ଡ ରକ ବ୍ୟାଣ୍ଡର ରୋମାଂଚକ ପ୍ରଦର୍ଶନ ହେବ ।

Share

Leave a Reply

Your email address will not be published. Required fields are marked *

14 − eleven =