ଏସପ୍ଲାନେଡ ମଲ ପାର୍କିଂରେ ଦ୍ୱିତୀୟ ଡୋଜ ଟିକା ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଟୀକାକରଣ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । କୋଭିଡ ଟିକା ନେବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଥିବା ବେଳେ ଟିକା ଦାନ କେନ୍ଦ୍ରରେ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ବିଏମସି ପକ୍ଷରୁ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏସପ୍ଲାନେଡ ମଲ ପାର୍କିଂରେ ଦ୍ୱିତୀୟ ଡୋଜ ଟିକା ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁଯାୟୀ,ଆଜି ଠାରୁ ଏସପ୍ଲାନେଡ ମଲ ପାର୍କିଂରେ ଟିକା ଦେବାକୁ ସ୍ଲଟ ବଂଟା ଯାଇଥିଲା । ଲୋକେ ଲାଇନରେ ଆସି ଟିକା ନେଇ ଯାଉଥିବା ଦେଖିବାକୁ ମିିଳିଛି ।ବିଏମସି ପକ୍ଷରୁ କୁହାଯାଇଛି ଦୈନିକ ୨୦୦ରୁ ୩୦୦ ଲୋକଙ୍କୁ ଟିକା ଦେବାକୁ ସ୍ଲଟ ବୁକିଂ ହେଉଛି । ଯାହାର ସ୍ଲଟ ବୁକିଂ ହେଉଛି ତାକୁ ମୋବାଇଲରେ ମେସେଜ ଯାଉଛି । ଯେଉଁମାନଙ୍କ ସ୍ଲଟ ଆବଂଟନ ହୋଇଥିବ, ସେମାନଙ୍କୁ ମଲ ପାର୍କିଂ ଅଞ୍ଚଳକୁ ଛଡାଯିବ ଏବଂ ସେମାନେ ଦ୍ୱିତୀୟ ଡୋଜ ଟିକା ନେଇପାରିବେ ।

Share

Leave a Reply

Your email address will not be published. Required fields are marked *

11 + thirteen =