ପୁଣି କଂଗ୍ରେସରେ କନ୍ଦଳ

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ସ୍ଥିତିରେ ରହିଛି କଂଗ୍ରେସ । ବିଜେପି ଏବଂ ବିଜେଡ଼ି ଲଢ଼େଇରେ ପଛରେ ପଡିଛି କଂଗ୍ରେସ । ଉପନର୍ବିାଚନ ହେଉ ବା ନିର୍ବାଚନ ସବୁବେଳେ ମାଟି କାମୁଡ଼ି ପଡୁଛି କଂଗ୍ରେସ । ତେବେ ଦଳ ବିରୋଧୀଙ୍କ ସହ କମ ଲଢ଼ୁଛି ଆଉ ନିଜ ଦଳୀୟ କର୍ମୀଙ୍କ ସହ ଅଧିକ ଲଢ଼ୁଥିବା ଦେଖିବାକୁ ମିଳୁଛି । କାହିଁକି ନାଁ ଦଳୀୟ କନ୍ଦଳ ସବୁବେଳେ ଲାଗି ରହୁଛି । କେତେବେଳେ ପିସିସି ସଭାପତିଙ୍କୁ ହଟାଇବା ଲାଗି ତ ଆଉ କେତେବେଳେ ବରିଷ୍ଠ ନେତାଙ୍କୁ ବିରୋଧ । ତେବେ ଆଜି ପୁଣି କଂଗ୍ରେସ ଭବନରେ ଅଶାନ୍ତ ଦେଖିବାକୁ ମିଳିଛି । ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି । ଯୁବ କଂଗ୍ରେସ ତାଲା ଭାଙ୍ଗି କିଛି ଯୁବକ ଫେରାର ହୋଇଯାଇଛନ୍ତି । ତେବେ କାହିଁକି ବାରମ୍ବାର କଂଗ୍ରେସରେ ଏମିତି ଘଟୁଛି ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଜି ଏଭଳି ଭଙ୍ଗାରୁଜା ହୋଇଥିବା ବେଳେ କିଛି ସମୟ ପୂର୍ବରୁ ଫେସବୁକରେ ଲାଇଭ ଆସିଥିଲେ ଛାତ୍ର ନେତା ନିହାର ରଞ୍ଜନ ବେହେରା । ସେ କହିଥିଲେ କି, କଂଗ୍ରେସ ଭବନରେ ଗୁଜୁରାଟ ପ୍ରଭାରୀ ତଥା ଯୁବନେତା ବିଶ୍ୱ ରଞ୍ଜନ ମହାନ୍ତି ଏବଂ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ କଂଗ୍ରେସ ଭବନରେ ପଶାଇ ଦେବୁ ନାହୁଁ । ଯଦି ସେମାନେ ପଶନ୍ତି ତେବେ ଅସୁବିଧା ହେବ ବୋଲି ମଧ୍ୟ କହିଥିଲେ । ଆଉ କ୍ଷୋଭ ପ୍ରକାଶ କରି ବିଭିନ୍ନ କଥା କହିଥିଲେ ଆଉ ଏବେ ଏଭଳି ଘଟଣା ଘଟିବା ସମସ୍ତଙ୍କ ମଡ଼ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ କେବଳ ଏହି ଘଟଣା କାହିଁକି, ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ଗୋଟିଏ ଗୋଷ୍ଠୀ ଲାଗି ପଡ଼ିଛନ୍ତି । ଯେଉଁ କାରଣରୁ ସବୁବେଳେ ଦଳ ମଧ୍ୟରେ ଲାଗି ରହୁଛି କନ୍ଦଳ । ଅଧିକାଂଶ ସମୟରେ ବଡ଼ ବଡ଼ ନେତା ମୁହାଁ ମୁହିଁ ହେଉଛନ୍ତି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ କନ୍ଦଳ ପାର୍ଟିକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ପଣ୍ଡିତମାନେ ମତ ପ୍ରକାଶ କରିଛନ୍ତି । ରାଜ୍ୟରେ ବିଜେଡି ଏବଂ ବିଜେପି ନିଜର ଦବଦବା ଜାରି ରଖି ଦ୍ୱିମୁଖୀ ଲଢ଼େଇ କରୁଥିବାବେଳେ କଂଗ୍ରେସର ଦଳୀୟ କନ୍ଦଳ ଦଳକୁ ଆହୁରି ପଛକୁ ନେଇ ଯାଉଥିବା ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା କଂଗ୍ରେସର ଏହି ପୁରୁଣା ରୋଗ କେବେ ଭଲ ହେବ ।

Share

Leave a Reply

Your email address will not be published. Required fields are marked *

15 + 19 =