ଗୁଜବକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ

ଯେବେ ଯେବେ ନିର୍ବାଚନ ଆସେ ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜୁବ ପ୍ରଚାର ଆରମ୍ଭ ହୁଏ । କିନ୍ତୁ ଏଭଳି ଗୁଜୁବ ଯେବେ ବି ସୃଷ୍ଟି ହୋଇଛି, ବିଜୁ ଜନତା ଦଳ ନିର୍ବାଚନରେ ଆହୁରି ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ପ୍ରଚାର ଚାଲିଥିବା ବେଳେ ସେ ଏହାର ଜବାବ ରଖିଛନ୍ତି ।
ସେ ଆହୁରି କହିଛନ୍ତି ମୁଁ ସୁସ୍ଥ ଅଛି, ଓଡ଼ିଶାବାସୀଙ୍କ ସେବା କରୁଛି । ଆମେମାନେ ମନେ ରଖିବା ଉଚିତ୍ ଯେ ଏବେ ମଧ୍ୟ କୋଭିଡ ରହିଛି ଏବଂ ଆମକୁ କୋଭିଡ ସତର୍କତା ଅବଲମ୍ୱନ କରିବା ସହ ମାସ୍କ ପିନ୍ଧିବା ଜରୁରୀ । ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଏବଂ ଏକାମ୍ର ପ୍ରକଳ୍ପର ସମୀକ୍ଷା ପରେ ସେ ଏହା କହିଛନ୍ତି ।
ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଗୁଜବପ୍ରଚାର ସୃଷ୍ଟି ହୋଇଥିଲା । ତେବେ ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିବା ପରେ, ଗୁଜବକାରୀଙ୍କ ଗାଲରେ ବାଜିଛି ଶକ୍ତ ଚାପୁଡ଼ା । ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନେଇ ମତଦାନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏଭଳି ଗୁଜବ ପ୍ରଚାର ଚାଲିଛି । କୁଚକ୍ରୀ ଗୋଷ୍ଠୀ କରିଛନ୍ତି ଏଭଳି ଘୃଣ୍ୟ କାର୍ଯ୍ୟ ।
ପରାଜୟ ଭୟରେ କୌଣସି ବିରୋଧୀ ରାଜନୈତିକ ଦଳ ଏଭଳି କରିଥିବା ସନ୍ଦେହ କରାଯାଉଛି ।୨୦୧୨ ମସିହାରୁ ଏଭଳି ଅସଫଳ ଷଡ଼ଯନ୍ତ୍ର କରାଯାଉଛି । ଜଣେ ପୂର୍ବତନ ସାଂସଦ ଏବଂ ଜଣେ ବର୍ତ୍ତମାନର ସାଂସଦ ଏଭଳି ଗୁଜବର ମଙ୍ଗ ଧରିଥିବା ଆଲୋଚନା ହେଉଛି । ଏଭଳି ହୀନ ରାଜନୀତିର ପରିଣାମ ସେମାନଙ୍କ ପାଇଁ ଭୟଙ୍କର ହେବ ବୋଲି ମତ । ଏହାପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ସମାନ ଗୁଜବ ସୃଷ୍ଟି କରାଯାଇଥିଲା ।
ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧି ମାର୍ଗରେ ରାଜଦର୍ପରେ ଚାଲି ଗୁଜବକାରୀଙ୍କ ମୁଁହ ବନ୍ଦ କରିଦେଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ କରି ଫାଇଦା ହାସଲ କରିବାଲାଗି ହୋଇଥିଲା ଉଦ୍ୟମ । ମୁଖ୍ୟମନ୍ତ୍ରୀଙ୍କ ବ୍ୟାୟାମ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏବଂ ପରେ ମୁଖ୍ୟମନ୍ତ୍ରୀ ନିଜେ ଓହ୍ଲାଇଥିଲେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − 15 =