ରାଜ୍ୟ

ଚିୟରଅପ୍ ଫାଉଣ୍ଡେସନ୍ ପକ୍ଷରୁ କାର୍ଲିଫନିଆରେ ଭୂବନେଶ୍ୱରୀ ମହୋତ୍ସବ

ଭୁବନେଶ୍ୱର: ଆମେରିକାର କାର୍ଲିଫନିଆସ୍ଥିିତ ସାଂସ୍କୃତିକ ଅନୁଷ୍ଠାନ ଚିୟରଅପ୍ ଫାଉଣ୍ଡେସନ୍ ତରଫରୁ ଶାସ୍ତ୍ରୀୟ ସଂଗୀତ, ନୃତ୍ୟ ତଥା ଲୋକସଂଗୀତର ମିଶ୍ରଣର ଏକ ମନୋଜ୍ଞ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ଇଞ୍ଜିନିୟର ବିଭୁଦତ୍ତ ଦାଶ ଓ ଅନୀମା ଦାଶ । ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ ତାଙ୍କ କନ୍ୟା ଅଭିଶ୍ରୀ ଦାଶ । ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥ୍‌ôଲେ ପଣ୍ଡିତ ଡଃ ଚିତ୍ତରଞ୍ଜନ ପାଣୀ । ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ ଗୁରୁ ପ୍ରଫେସର ରାମହରି ଦାଶ । ଗଞ୍ଜାମର ବାଳକୃଷ୍ଣ ଦାଶ ତଥା ସାଥୀଙ୍କ ଦ୍ୱାରା ଦାସକାଠିଆ ତଥା ବିଚିତ୍ର ବନମାଳ ନାଟ୍ୟସଂସ୍ଥା ଘୁଡୁକି ନାଟ ବେଶ ଆକର୍ଷଣୀୟ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବ ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ଶ୍ରୀମାନ ଅରୋଶିଷ ପାଣି ।

Share

Leave a Reply

Your email address will not be published. Required fields are marked *

three × four =