ସର୍ବଭାରତୀୟ ବ୍ୟବସାୟୀ ସଂଘର ‘ଭାରତ ବନ୍ଦ’ ପାଳନ

ଭୁବନେଶ୍ୱର: ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି | ତେବେ ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଛି । ତେବେ ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଜିଏସଟି ନିୟମ ପରିବର୍ତ୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରାପତ୍ତା ମାନ ଆଇନକୁ ପରିବର୍ତ୍ତନ କରିବା ଦାବିରେ ବନ୍ଦ ପାଳନ କରୁଛି ବ୍ୟବସାୟୀ ସଂଗଠନ । ତେବେ ଆଜିର ବନ୍ଦ ପାଳନ ସମୟରେ ଗାଡି ଚଳାଚଳ ସ୍ୱାଭାବିକ ରହିବ ।

ତେବେ କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ଚଳାଚଳ ବନ୍ଦ ରହିଛି। କିନ୍ତୁ କଟକ ଓ ଭୁବନେଶ୍ବରରେ ‘ମୋ ବସ୍’ ଚଳାଚଳ ସ୍ବାଭାବିକ ରହିଛି । ତେବେ ରାସ୍ତାରେ ଆଜି କମସଂଖ୍ୟକ କାର୍, ଅଟୋ ଆଦି ଚାଲୁଥିବାର ଦେଖିବାକୁ ମିଳୁଛି । କୌଣସି ସ୍ଥାନରେ ଏଯାବତ୍ ଅପ୍ରୀତିକର ପରିସ୍ଥିତି ଘଟିଥିବାର ସୂଚନା ନାହିଁ ।

Share

Leave a Reply

Your email address will not be published. Required fields are marked *

3 + thirteen =