ସ୍ଥପତି ଛାତ୍ରଛାତ୍ରୀ ନେବେ ରାଜଧାନୀ ଐତିହ୍ୟ ବିକାଶର ଦାୟିତ୍ୱ

ଭୁବନେଶ୍ୱର () ସହରାଂଚଳ ବିକାଶରେ ଭୁବନେଶ୍ୱରା ଐତିହ୍ୟ ଏବଂ କିର୍ତିରାଜିର ଭୂମିକାକୁ ନେଇ ଏକ ସାରଗର୍ଭକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ଥପତି ବିଜ୍ଞାନକୁ ପଢ଼ାଉଥିବା ୨୭ ଜଣଙ୍କୁ ନେଇ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା । ଭାରତ-ଫ୍ରାନସ ଓ ଜର୍ମାନୀର ବିଭିନ୍ନ ଅନୁଷ୍ଠାନ ଯାହାକି, ନ୍ୟାସନାଲ ସ୍କୁଲ ଅଫ୍ ଆର୍କିଟେକ୍ଚର-ଷ୍ଟାସବର୍ଗ, ଫ୍ରାନସ, କାର୍ଲସର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଜର୍ମାନୀ ଏବଂ କମ୍ଲା ରାହେଜା ବିଦ୍ୟାନିଧି ଇନ୍ଷ୍ଟିଚ୍ୟୁଟ ଅଫ୍ ଆର୍କିଟେକ୍ଚର ଆଣ୍ଡ ଏନ୍ଭିରୋନ୍ମେଂଟାଲ ଷ୍ଟଜିଜ୍, ମୁମ୍ବାଇରୁ ଯୋଗଦେଇଥିଲେ ସମସ୍ତ ଆଲୋଚନାକାରୀ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବର୍ଗ ।

କିଟ୍ ସ୍କୁଲ୍ ଅଫ୍ ଆର୍କିଟେକ୍ଚର ଆଣ୍ଡ ପ୍ଲାନିଙ୍ଗ, ବିଡିଏ ହେରିଟେଜ୍ ସେଲ୍ ଏବଂ ଭୁବନେଶ୍ୱର ଅର୍ବାନ ନଲେଜ ସେଂଟର ଏବଂ ଫ୍ରେଂଚ ଏମ୍ବାସିର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୁଣା ଭୁବନେଶ୍ୱରରେ ଅଦ୍ୟାବଧି ତିଷ୍ଠି ରହିଥିବା ୩୭୧ଟି ଐତିହ୍ୟ ସ୍ଥଳୀ ବାବଦରେ ବିଷଦ ଆଲୋଚନା ହୋଇଥିଲା । କର୍ତୁପକ୍ଷ ଏହାର ସୁରକ୍ଷା ପାଇଁ କିପ୍ରକାର ଯୋଜନାବଦ୍ଧ ପଦକ୍ଷେପ ନେୁଛନ୍ତି ତାହା ଉପସ୍ଥାପନ କରାଯାଇଅଛି ।

ଭୁବନେଶ୍ୱର ପାଇଁ ଐତିହ୍ୟ ଓ କିର୍ତିରାଜିକୁ କିପରି ଯୋଜନାବଦ୍ଧ ଭାବେ ବିକଶିତ କରିହେବ; ଏହାର ଏକ ନିଚ୍ଛକ ନକ୍ସା ଓ ଖୋଲା ମତ ପ୍ରଦାନ କରିବାକୁ ଅଂଶଗ୍ରହଣକାରୀଙ୍କୁ ଆଲୋଚନା ମାଧ୍ୟମରେ କହିଥିଲେ ବିଡିଏର ଉପାଧ୍ୟକ୍ଷ ପ୍ରେମ ଚାନ୍ଦ ଚୌଧରୀ ।

ବିଡିଏର ପ୍ଲାନିଙ୍ଗ ମେମ୍ବର ଗୌରୀଶଙ୍କର ଭୂୟାଁ ଏବଂ କିଟ୍ ସ୍କୁଲ୍ ଅଫ୍ ଆର୍କିଟେକଚରର ପ୍ଲାନିଙ୍ଗ ପ୍ରଫେସର ଏସ୍.ଏସ୍. ରାୟ ଯୋଗଦେଇଥିବା ଏହି ଆଲୋଚନାରେ ଛାତ୍ର ସ ଶିକ୍ଷକମାନେ ସ୍ମାର୍ଟସିଟି ଓ ସହରାଂଚଳ ବିକାଶରେ ଐତିହ୍ୟର ଭୂମିକାକୁ ନେଇ ମାନସ ମନ୍ଥନ କରିଥିଲେ ।

ଗତ ୨୦୧୫ରୁ ଭାରତ ସରକାର ଆରମ୍ଭ କରିଥିବା ୧୦୦ ଭାରତୀୟ ସହରକୁ ସ୍ମାର୍ଟ ସହରରେ ପରିଣତି କରିବାର ପ୍ରୟାସକୁ ଜର୍ମାନ ଏବଂ ଫ୍ରାନସ୍ ଜୀବନ କୌଶଳକୁ ବଢ଼ିବା ପାଇଁ ଭାରତର ଅନେକ ସହର ଚେଷ୍ଟା ଚଳାଇଛନ୍ତି ।

ତେବେ ଚଣ୍ଡିଗଡ ସହରର ଡିଜାଇନ୍ ଫ୍ରାନସ୍ର ଲି କର୍କୁଜର୍ ଦେଇଥିବାବେଳେ ଭୁବନେଶ୍ୱରର ଡିଜାଇନ୍ ଦେଇଥିଲେ ଜର୍ମାନୀର ଓଟୋ କମିଗବର୍ଜର । ଉଭୟ ସହର ଐତିହ୍ୟପୂର୍ଣ୍ଣ ହୋଇଥିବାରୁ ସ୍ମାର୍ଟସିଟି ପ୍ରକଳ୍ପରେ ଏହି ସବୁ ସହରର ସ୍ୱତନ୍ତ୍ର ବିକାଶର ଆବଶ୍ୟକତାକୁ ଆଲୋଚନାରେ ସ୍ଥାନ ଦିଆଯାଇଥିଲା ।

ଇତିହାସକୁ ଜାଣି, ବର୍ତମାନର ଐତିହ୍ୟ ସ୍ଥିତି ଏବଂ ସମୟର ଆବଶ୍ୟକତାକୁ ନେଇ ତଥା ଦର୍ଶକ ପସନ୍ଦକୁ ଆଧାର କରି ସ୍ମାର୍ଟସିଟି ପ୍ରକଳ୍ପରେ ଏହାକୁ ସାକାର କରିବା ପାଇଁ ପରାମର୍ଶ ଦେଇଥିଲେ କିଟ୍ ସ୍କୁଲ ଅଫ୍ ଆକିଟେକ୍ଚର ଆଣ୍ଡ ପ୍ଲାନିଙ୍ଗର ଡାଇକ୍ଟେର ପ୍ରଫେସର ରାୟ ।

ଜର୍ମାନୀ ଓ ଫ୍ରାନ୍ସ ସ୍ମାର୍ଟସିଟି କାର୍ଯ୍ୟକ୍ରମରେ ଅଧିକ ଅଂଶଗ୍ରହଣ କରୁଥିବାରୁ ଉଭୟ ଚଣ୍ଡିଗଡ ଓ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ପାଇଁ ଏବଂ ପୂର୍ବର ଯୋଜନାକୁ ସମୀକ୍ଷା କରି ନୂତନ ଯୋଜନାକୁ ଯୁକ୍ତି ସମ୍ମତ ଓ ବିକାଶ ଉପଯୋଗୀ କରିବାକୁ ପରାମର୍ଶ ଦେଇଥିଲେ କର୍ତୁପକ୍ଷ । ଏହି ଆଲୋଚନାର ପରବର୍ତି ପର୍ଯ୍ୟାୟ ବୈଠକ ଆସନ୍ତା ମାର୍ଚ୍ଚ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇ ୨ଟିଯାକ ସହରର ପ୍ରସ୍ତାବ ଭାରତ ସରକାରଙ୍କୁ ଦେବାର ନିଷ୍ପତି ନିଆଯାଇଛି । ଭୁବନେଶ୍ୱରକୁ ଐତିହ୍ୟ ଏବଂ ଆଧୁନିକତାର ମିଶ୍ରଣରେ ବିକାଶ କରିବା ପାଇଁ ଏହି ବୈଠକ ଉଦ୍ଦେଶ୍ୟମୂଳକ ଭାବେ ଅନୁଷ୍ଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

12 + 2 =