ଜାଣନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୯ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୧୬ ଓ ସ୍ଥାନୀୟ ସଂକ୍ରମିତ ୨୨୩ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋର ୭୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୬, ବାଲେଶ୍ୱର ୨୩, ଭଦ୍ରକ ୧୨, କଟକ ୪୮ ଓ ଦେବଗଡରେ ୪ ଜଣ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ଜିଲାରେ ୪, ଗଞ୍ଜାମ ୧, ଜଗତସିଂହପୁର ୩୧, ଯାଜପୁର ୧୭, ଝାରସୁଗୁଡା ୪ ଓ କଳାହାଣ୍ଡିରେ ଜଣେ ଚିହ୍ନଟ ହୋଇଛନ୍ତି। କନ୍ଧମାଳରେ ୧, କେନ୍ଦ୍ରାପଡା ୧୦, କେନ୍ଦୁଝର ୨, ଖୋର୍ଦ୍ଧା ୨୫୪ ଓ କୋରାପୁଟରେ ୩ ଜଣ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରେ ୨, ମୟୁରଭଞ୍ଜ ୧୩, ନୟାଗଡ ୫, ପୁରୀ ୧୨, ରାୟଗଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରେ ୧୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୬୦ ଚିହ୍ନଟ ହୋଇଛନ୍ତି। ଦିନକରେ ୪୧୭ ଜଣ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୫୮୨୯ ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

17 − thirteen =